39.1 C
Bhubaneswar
Friday, April 26, 2024
Homeଅପରାଧବହୁଚର୍ଚ୍ଚିତ ରୂପାଲି ହତ୍ୟାକାଣ୍ଡ ମାମଲାରେ ସ୍ବାମୀ ଓ ଶଶୁରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ବହୁଚର୍ଚ୍ଚିତ ରୂପାଲି ହତ୍ୟାକାଣ୍ଡ ମାମଲାରେ ସ୍ବାମୀ ଓ ଶଶୁରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ମୟୂରଭଂଜ : ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମରେ ୨୪/୦୮/୨୦୧୬ରେ ଏକ ବଧୂ ହତ୍ୟାକାଣ୍ଡ ଘଟିଥିଲା । ଏହାକୁ ନେଇ ବଧୂର ବାପଘର ଲୋକେ ଥାନାରେ ୨୫/୦୮/୨୦୧୬ରେ ଯୌତୁକ ନିର୍ଯ୍ୟାତନା ନେଇ ଝିଅର ହତ୍ୟା ହୋଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁନେଇ ଥାନାରେ ୮୩/୧୬ ନଂ ମାମଲା ରୁଜୁ ହୋଇଥିଲା । ସୂଚନାଯୋଗ୍ୟ ଯେ ମହୁଲଡିହା ଗ୍ରାମର ଗଣେଶ ଦୀକ୍ଷିତଙ୍କ ଘରେ ତାଙ୍କର ପୁତ୍ରବଧୂ ରୁପାଲିର ମୃତଦେହ ଚଟାଣରେ ପଡ଼ିଥିଲା । ପୋଲିସ ତାହାକୁ ଉଦ୍ଧାର କରି ତଦନ୍ତଜାରି ରଖିଥିଲା । ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଅନୂପ ରଂଜନ ପଟ୍ଟନାୟକ ୧୩ ଜଣଙ୍କ ସାକ୍ଷ୍ୟ ବୟାନ ଏବଂ ପାରିପାର୍ଶ୍ବିକ ଘଟଣାକୁ ନେଇ ଗଣେଶ ଦୀକ୍ଷିତ (୬୨) ଏବଂ ତାଙ୍କର ପୁଅ ସତ୍ୟପ୍ରକାଶ ଦୀକ୍ଷିତ (୩୭) ଙ୍କୁ ଆଜୀବନ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି । ସରକାରୀ ଓକିଲ ପଙ୍କଜ ଦାସ କୋର୍ଟରେ ମାମଲା ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking