28.2 C
Bhubaneswar
Tuesday, June 23, 2026
Homeଓଡିଶାବର୍ଷା : ୧୮ଟି ଜିଲ୍ଲାକୁ ଆଲର୍ଟ ଜାରି

ବର୍ଷା : ୧୮ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ଵର : ମଙ୍ଗଳବାର ପୁଣି ବଢିବ ବର୍ଷା। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ସତର୍କତା। ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର , ସୁନ୍ଦରଗଡ , ଦେବଗଡ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ବରଗଡ , ସୁବର୍ଣ୍ଣପୁର, ନୂଆପଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ମଙ୍ଗଳବାର ପାଇଁ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୪ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷାର ପରିମାଣ କମିପାରେ। ୧୪ରେ କେବଳ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ଵର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ରବିବାର ସକାଳ ସାଢେ ୮ଟାରୁ ସନ୍ଧ୍ୟା ସାଢେ ୫ଟା ମଧ୍ୟରେ ପାରାଦୀପରେ ୩.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଭବାନୀପାଟଣା, ମାଲକାନଗିରି, ରାୟଗଡା ଏବଂ ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking