ଅତାବିରା : ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ତୁରୁମ୍ ରାସ୍ତାରେ ନିତିଦିନିଆ ଭାବରେ ଘଟି ଚାଲିଛି ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ । ପୁଲିସ ସୂତ୍ରରୁ ସୂଚନା ମିଳିଛି ଯେ ଅତାବିରା ଥାନା ଅନ୍ତର୍ଗତ କାଦୋବlହାଲ ପଞ୍ଚାୟତ ବରାହମୁଣ୍ଡା ଗ୍ରାମର ଜଣେ ଯୁବକ ଚୂଡାମଣି କଠାର ଗୋଡ଼ଭଗାରେ ଏକ ମଟର ସାଇକେଲ ଗ୍ୟାରେଜ ରେ କାମ କରୁଥିଲେ । ଗତ କାଲି ରାତି ପ୍ରାୟ ୮ ଟାରେ ଗ୍ୟାରେଜରେ କାମ ସାରି ନିଜ ବାଇକରେ ଘରକୁ ଫେରୁଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ପଡ଼ିଯାଇ ଗୁରୁତର ହୋଇଥିଲେ । ତାଙ୍କୁ ବୁର୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା ।ପରିବାର ବର୍ଗ ମୃତ ଶରୀର କୁ ୧୦୮ ଆମ୍ବୁଲାନ୍ସରେ ଆଣି ଗୋଡ଼ଭଗା ଫାଣ୍ଡି ସମ୍ମୁଖରେ ଅପରାହ୍ନ ୧ ଟା ୩୦ ରୁ ଧାରଣାରେ ବସିଥିଲେ ନିଜ ପୁଅର କ୍ଷତି ପୁରଣ ପାଇଁ।ଏଇ ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ , ଗୋଦଭାଗା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ପୁରୋହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିଥିଲେ ।










