30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଆକ୍ସନ ମୋଡ୍‌ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଆକ୍ସନ ମୋଡ୍‌ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ : ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ୍‌ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗତକାଲି ସେ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେବା ପରେ ସର୍ବ ପ୍ରଥମେ ନିଜ ଷ୍ଟାଫଙ୍କ ଅଫିସରେ କାର୍ଯ୍ୟ କରିବାର ସମୟରେ ପରିବର୍ତ୍ତନ କରିଛନ୍ତି। ରେଳ ମନ୍ତ୍ରୀଙ୍କ ଷ୍ଟାଫ୍‌ ଏବେ ଦୁଇଟି ଶିଫ୍ଟରେ କାର୍ଯ୍ୟ କରିବେ। ପ୍ରଥମ ଶିଫ୍ଟରେ ଆସୁଥିବା ଅଧିକାରୀ ଓ କର୍ମଚାରୀମାନେ ସକାଳ ୭ଟାରୁ ୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେହିପରି ଦ୍ୱିତୀୟ ଶିଫ୍ଟ ଅପରାହ୍ନ ୩ଟାରେ ଆରମ୍ଭ ହୋଇ ରାତି ୧୨ଟାରେ ଶେଷ ହେବ। ଏହି ନିୟମ କେବଳ ରେଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ଲାଗୁ ହେବ। ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ପାଇଁ ରେଲୱେ ଏଡିଜିଙ୍କ ପକ୍ଷରୁ ନୋଟିସ ଦିଆଯାଇଛି। ତେବେ ଚୁକ୍ତି ଭିତ୍ତିକ କର୍ମଚାରୀ ଓ ଅନ୍ୟ ରେଲୱେ ଷ୍ଟାଫ୍‌ଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ ନାହିଁ। ଗତକାଲି ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଅଶ୍ୱିନୀ ବୈଷ୍ଣବ। ରେଳ ମନ୍ତ୍ରାଳୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଛି। ଗରିବ ଲୋକମାନେ ଯେପରି ରେଳ ମନ୍ତ୍ରାଳୟରୁ ସୁଫଳ ପାଇପାରିବେ ସେ ନେଇ ଧ୍ୟାନ ଦେବେ ବୋଲି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking