41.1 C
Bhubaneswar
Sunday, April 28, 2024
Homeଓଡିଶା୩ରଥ ପାଇଁ ଗରଗରା ଚଉପଟ କାମ ଚାଲିଛି

୩ରଥ ପାଇଁ ଗରଗରା ଚଉପଟ କାମ ଚାଲିଛି

ପୁରୀ : ରଥଖଳାରେ ୩ରଥର ୩୭ଟି ଚକର ନିର୍ମାଣକାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ତାଳଧ୍ୱଜ ରଥର ଗୋଟିଏ ଚକ ନିର୍ମାଣ ଶେଷ ହୋଇଛି । ଏଥିସହିତ ୩ରଥର ୪ଟି ଲେଖାଏଁ ୪ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇ ୩ରଥ ପାଇଁ ୨ଟି ଲେଖାଏଁ “ଗରଗରା” ଚଉପଟ କାମ ଚାଲିଛି । ଏହାଛଡ଼ା ଗତକାଲି ଠାରୁ ଅନୁକୂଳ ପୂଜା ଶେଷ ହୋଇ ୯ଟି ଦଣ୍ଡାର ଚଉପଟ କାମ ଆରମ୍ଭ ହୋଇ ଆଜି ୩ଟି ଲେଖାଏଁ ଦଣ୍ଡାର ଚଉପଟ କାମ ଶେଷ ହୋଇଛି । ଏତଦ୍‌ବ୍ୟତୀତ ଦଣ୍ଡାରେ ସଂଯୋଗ ପାଇଁ ୨ଟି ଲେଖାଏଁ “ମୁଁହାଟ”ରେ ୫ବିନ୍ଧ ଖୋଦେଇ କାମ ଶେଷ ହୋଇଛି । ଦୋଳବେଦୀ ଠାରେ ତାଳଧ୍ୱଜ ରଥର “ପୋଲ ଗୟଳ” ଚିରଟ କାମ ଶେଷ ହୋଇ ଆଜି ନନ୍ଦିଘୋଷ ରଥର “ପୋଲ ଗୟଳ” ଚିରଟ ପାଇଁ ଗୟଳ କାଠର ଉଭୟପାଶ୍ୱର୍ ବାରିଶିରେ ସମତଳ କାମ ଚାଲୁଅଛି ।

ରୂପକାର ସେବକମାନେ ୩ରଥର କୋଣଗୁଜରେ ସିଂହବିରାଳ ରୂପ ଖୋଦେଇ କାମ ଜାରି ରଖିଛନ୍ତି । ରୂପ ଖୋଦେଇ ପରେ ପଲିସି କରାଯାଇଥିବା ମୂର୍ତ୍ତିଗୁଡ଼ିକରେ ଅଳଙ୍କାର ପକାଯାଉଅଛି । ଗତକାଲି ସୁଦ୍ଧା ତାଳଧ୍ୱଜ ରଥର ୧୨ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଆଜି ତାଳଧ୍ୱଜ ରଥର ୧୩ନମ୍ବର ଚକର ନିର୍ମାଣ ଶେଷ ହୋଇ ୧୪ନମ୍ବର ଚକ ନିର୍ମାଣ ଆରମ୍ଭ ହୋଇଛି । ଗତକାଲି ଠାରୁ ଦଣ୍ଡା ନିର୍ମାଣ ପାଇଁ ଅନୁକୂଳ ପୂଜା ପରେ ଚଉପଟ କାମ ଆରମ୍ଭ ହୋଇ ଆଜି ୩ଟି ଦଣ୍ଡାର ଚଉପଟ କାମ ଶେଷ ହୋଇଛି । ଏଥିସହ ୨ଟି ଲେଖାଏଁ ମୁଁହାଟର ବିନ୍ଧ ଖୋଦେଇ କାମ ଶେଷ ହୋଇଛି । ୨ଟି ଗରଗରାର ଚଉପଟ କାର୍ଯ୍ୟ ଚାଲୁ ରହିଛି । ଚାରିନାହାକର ଚଉପଟ କାମ ଶେଷ ହୋଇଛି । ଦେବଦଳନ ରଥର ୧୨ଟି ଚକରୁ ୧୧ଟି ଚକ ନିର୍ମାଣ ଶେଷ ହୋଇଥିବା ୧୨ନମ୍ବର ଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଗତକାଲି ଠାରୁ ଦେବଦଳନ ରଥର ୯ଟି ଦଣ୍ଡାର ପୂଜା ଅନୁକୂଳ ହୋଇ ଚଉପଟ କାମ ଆରମ୍ଭ ହୋଇଥିଲା । ଆଜି ୩ଟି ଦଣ୍ଡାର ଚଉପଟ କାମ ଶେଷ ହୋଇଛି । ଦଣ୍ଡା ପାଇଁ ୧୦ ହାତ ୧୦ ଆଙ୍ଗୁଳି ମାପର ଦୁଇଗୋଟି ମୁଁହାଟର ପଞ୍ଚବିନ୍ଧ ଖୋଦେଇ କାର୍ଯ୍ୟ ଶେଷ ହୋଇଛି । ୨ଗୋଟି ଗରଗରାର ଚଉପଟ କାମ ଜାରି ରହିଛି । ନନ୍ଦିଘୋଷ ରଥର ୧୬ଟି ଚକରୁ ୧୪ଟି ଚକର ନିର୍ମାଣ କାର୍ଯ୍ୟ ଗତକାଲି ଠାରୁ ଶେଷ ହୋଇଥିବା ବେଳେ ୧୫ନମ୍ବର ଚକର ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା କଣ୍ଟା ବାଡ଼ିଆ କାମ ଶେଷ ହୋଇ ପନ୍ଦାରୀ ଦାଢ଼ ଖୋଦେଇ ଚାଲିଛି । ଗତକାଲି ଠାରୁ ନନ୍ଦିଘୋଷ ରଥର ଚାରିନାହାକା କାମ ଶେଷ ହୋଇଛି । ଆଜି ଚାରିନାହାକର ଦୁଇପାଶ୍ୱର୍ର ସାଲ କାମ ସମ୍ପୂର୍ଣ୍ଣ ହୋଇଛି । ଏହାଛଡ଼ା ୨ଟି ଗରଗରାର ଚଉପଟ କାମ ଜାରି ରହିଛି ।

ଗତକାଲି ଠାରୁ ଅନୁକୂଳ ପୂଜା ହୋଇ ୯ଟି ଦଣ୍ଡାର ଚଉପଟ କାମ ଆରମ୍ଭ ହୋଇ ଆଜି ୩ଗୋଟି ଦଣ୍ଡାର ଚଉପଟ କାମ ସରିବା ସହ ଦଣ୍ଡାରେ ଖଞ୍ଜା ହେବା ପାଇଁ ୨ଟି ମୁଁହାଟର ପଞ୍ଚବିନ୍ଧ ଖୋଦେଇ ଶେଷ ହୋଇଛି । ଆଜି ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ପାଇଁ ଗୟଳ କାଠର ୨ପାଶ୍ୱର୍ ବାରିଶିରେ ସମତଳ କାର୍ଯ୍ୟ ଚାଲିଛି ।

ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ୩ରଥର ଓଝା ସେବକମାନେ ଗରଗରା କଣ୍ଟା, ଦଣ୍ଡା ବିଡ଼ିଆ କଣ୍ଟା ନିର୍ମାଣ ସହ ପୋଡ଼ା ସରିଥିବା ଅଗପାତେଲି କଣ୍ଟାର ମଠା କାମ ଆରମ୍ଭ ହୋଇଛି । ଆଜିନିୟୋଜିତ ହୋଇଥିଲେ ମୋଟ ୧୯୪ଜଣ ରଥ ନିର୍ମାଣକାରୀ । ସେମାନଙ୍କ ମଧ୍ୟରେ ୭୭ଜଣ ମହାରଣା, ୭୩ଜଣ ଭୋଇ ସେବକ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୧୭ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସେବକ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking