28.1 C
Bhubaneswar
Monday, May 13, 2024
Homeଓଡିଶାକରୋନା ରିପୋର୍ଟ ନେଗେଟିଭ୍ ସତ୍ତ୍ୱେ ଶବ ପୋଡ଼ାକୁ ବିରୋଧ

କରୋନା ରିପୋର୍ଟ ନେଗେଟିଭ୍ ସତ୍ତ୍ୱେ ଶବ ପୋଡ଼ାକୁ ବିରୋଧ

ବାଲେଶ୍ୱର: ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ପଞ୍ଚାୟତର କେନ୍ଦୁଆ ଗ୍ରାମରେ ଗୋପୀନାଥ ସାହୁଙ୍କ ସ୍ତ୍ରୀ ଜୟନ୍ତୀ ସାହୁ (୪୫)ଙ୍କ ମୃତ୍ୟୁ ଘଟିଛି । ବହୁ ପୂର୍ବରୁ ଜୟନ୍ତୀ କରୋନାରେ ପୀଡ଼ିତ ଥିଲେ । ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ନେଇଥିଲେ । କିଛିଦିନ ଚିକିତ୍ସା ହେବା ପରେ ସେଠାରୁ ତାଙ୍କ ପରିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । ଦୀର୍ଘ ପନ୍ଦର ଦିନ ଚିକିତ୍ସା ହେବା ପରେ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ପରବର୍ତ୍ତୀ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଜଣାଇଥିଲେ ଯେ, ତାଙ୍କର ହାର୍ଟ ସମ୍ବନ୍ଧୀୟ ରୋଗ ଅଛି ।

ଦୁଇଲକ୍ଷ ଟଙ୍କା ହେଲେ ହାର୍ଟ ଅପରେସନ ହୋଇପାରିବ । ଅର୍ଥାଭାବ ଯୋଗୁଁ କରୋନା ନେଗେଟିଭ୍ ରିପୋର୍ଟ ସହ ଜୟନ୍ତୀଙ୍କୁ ହସ୍ପିଟାଲରୁ ଘରକୁ ଦୁଇ ଦିନ ହେବ ପରିବାର ଲୋକେ ନେଇ ଆସିଥିଲେ ।  ହଠାତ୍ ଆଜି ଜୟନ୍ତୀଙ୍କର ତାଙ୍କ ବାସଭବନରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି କେନ୍ଦୁଆ ଗ୍ରାମରେ ଭାଳେଣି ପଡ଼ିଯାଇଥିଲା । ମୃତ ଶରୀରକୁ ଗାଁ ମଶାଣିକୁ ନେବା ସମୟରେ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ପରିବାର ଲୋକ ଗ୍ରାମବାସୀଙ୍କୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ମଧ୍ୟ ସେମାନେ ମାନି ନଥିଲେ ।

କେନ୍ଦୁଆ ଗ୍ରାମବାସୀଙ୍କ ବିରୋଧକୁ ଦେଖି ପରିବାର ଲୋକ ବେତନଟୀ ତହସିଲଦାର ସଂଗ୍ରାମ କେଶରୀ ପରିଡ଼ାଙ୍କୁ  ଘଟଣା ବିଷୟରେ କହିବା ସହ ନେଗେଟିଭ୍ ରିପୋର୍ଟକୁ ହ୍ୱାଟ୍‌ସଆପ କରିଥିଲେ । ପରବର୍ତ୍ତୀ ସମୟରେ ତହସିଲଦାରଙ୍କର ହସ୍ତକ୍ଷେପ ପରେ ତାଙ୍କର ମରଶରୀରକୁ ବୈଶିଙ୍ଗା ମଶାଣି ପଡ଼ିଆରେ ପୋଡ଼ା ଯାଇଥିଲା । ଏହି ଘଟଣା ସାରା ବୈଶିଙ୍ଗା ଅଞ୍ଚଳକୁ ଚକିତ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking