26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଫ୍ରାନ୍ସ ରାଷ୍ଟ୍ରପତି ମାର୍କନଙ୍କୁ ଚାପୁଡ଼ା ମାରି ୨ଗିରଫ

ଫ୍ରାନ୍ସ ରାଷ୍ଟ୍ରପତି ମାର୍କନଙ୍କୁ ଚାପୁଡ଼ା ମାରି ୨ଗିରଫ

ପ୍ୟାରିସ୍ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ ଦକ୍ଷିଣ-ପୂର୍ବରେ ଅବସ୍ଥିତ ଡୋରେମେ ଅଞ୍ଚଳ ଗସ୍ତରେ ଯାଇଥିଲାବେଳେ ତାଙ୍କୁ ହଠାତ୍ ଭିଡ଼ ମଧ୍ୟରେ ଜଣେ ଯୁବକ ଶକ୍ତ ଚାପୁଡ଼ା ମାରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ ମାର୍କନ ଉକ୍ତ ଅଞ୍ଚଳରେ ରେଷ୍ଟୁରାଣ୍ଟ ମାଲିକ ଓ ଶିକ୍ଷାର୍ଥୀମାନଙ୍କ ସହ କୋଭିଡ୍ ପରର ଜୀବନ ଜୀବିକା କିଭଳି ଚାଲିଛି ସେ ସମ୍ପର୍କରେ ବାସ୍ତବସ୍ଥିିତି ଅନୁଧ୍ୟାନ କରିବାକୁ ସେଠାକୁ ଯାଇଥିଲେ ।

ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ନିର୍ମାଣ କରାଯାଇଥିଲା । ବ୍ୟାରିକେଡ୍ ବାହାରେ ସମବେତ ହୋଇଥିବା ଜନତାଙ୍କ ସହ ହାତ ମିଳାଇବା ପାଇଁ ମାର୍କନ ଉଦ୍ୟତ ହେଲାବେଳେ ଜଣେ ଯୁବକ ହଠାତ୍ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଏହି ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀମାନେ ଯୁବକକୁ କାବୁ କରିନେଇଥିଲେ । ପୁଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking