28.1 C
Bhubaneswar
Friday, April 26, 2024
Homeଓଡିଶାଜେଲ୍ ସଂସ୍କାର ମାମଲା : କଏଦୀଙ୍କ ସୁବିଧା ପାଇଁ ବ୍ୟବସ୍ଥା କର- ହାଇକୋର୍ଟ

ଜେଲ୍ ସଂସ୍କାର ମାମଲା : କଏଦୀଙ୍କ ସୁବିଧା ପାଇଁ ବ୍ୟବସ୍ଥା କର- ହାଇକୋର୍ଟ

କଟକ: ଜେଲ୍‌ରେ ଯେପରି କଏଦୀମାନେ ଖୁନ୍ଦାଖୁନ୍ଦି ହୋଇ ରହିବେନି ସେଥିପାଇଁ ବିଭିନ୍ନ ଜେଲ୍‌ର କ୍ଷମତା ବଢାଯିବ । ଏଥିସହ ଯେଉଁ ଜେଲ୍‌ରେ ଅଧିକ ସଂଖ୍ୟକ କଏଦୀ ଅଛନ୍ତି ସେମାନଙ୍କ ମଧ୍ୟରୁ କିଛି କଏଦୀଙ୍କୁ ପାଖ ଜେଲ୍‌କୁ ପଠାଇବାର ବ୍ୟବସ୍ଥା କରାଯିବ । ଜେଲ୍‌ରେ ଯେଉଁଠି ମାନସିକ ବିକାରଗ୍ରସ୍ତ କଏଦୀ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଆଇନସେବା ପ୍ରାଧିକରଣ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବ । ଜେଲ୍ ସଂସ୍କାର ମାମଲାରେ ଆମିକସ୍‌କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଉପରେ ଶୁଣାଣି କରି ହାଇକୋର୍ଟ ଆଜି ଉପରୋକ୍ତ ସମସ୍ତ ନିର୍ଦ୍ଦେଶାନାମା ଜାରି କରିଛନ୍ତି । କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।ଏହି ମାମଲାରେ ଆମିକସ୍‌କ୍ୟୁରୀ ଶ୍ରୀ ମିଶ୍ର କେଉଁ ଜେଲ୍‌ରେ କଏଦୀଙ୍କ ଅବସ୍ଥା ତଥା ସ୍ଥିତି ନେଇ ଏକ ବିସ୍ତୃତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ ।ଏହି ରିପୋର୍ଟକୁ ଅନୁଧ୍‌ଆନ କଲାପରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking