27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜ୍ଞାନବାପୀ ଶିବଲିଙ୍ଗ ବିବାଦ: ଗିରଫ ଦିଲ୍ଲୀ ୟୁନିଭର୍ସିଟି ପ୍ରଫେସର୍‌ଙ୍କୁ ଜାମିନ

ଜ୍ଞାନବାପୀ ଶିବଲିଙ୍ଗ ବିବାଦ: ଗିରଫ ଦିଲ୍ଲୀ ୟୁନିଭର୍ସିଟି ପ୍ରଫେସର୍‌ଙ୍କୁ ଜାମିନ

ନୂଆଦିଲ୍ଲୀ : ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍ ପରିସରରୁ ମିଳିଥିବା ତଥାକଥିତ ଶିବଲିଙ୍ଗକୁ ନେଇ ବିବାଦୀୟ ଟିପ୍ପଣୀ କରି ଶୁକ୍ରବାର ଗିରଫ ହୋଇଥିବା ଦିଲ୍ଲୀ ୟୁନିଭର୍ସିଟିର ଇତିହାସ ପ୍ରଫେସର ଡ. ରତନ ଲାଲ୍‌ଙ୍କୁ ଶନିବାର ତିସ୍ ହଜାରୀ କୋର୍ଟରୁ ଜାମିନ ମିଳିଛି । କୋର୍ଟ ପ୍ରଫେସରଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ତଥାକଥିତ ଶିବଲିଙ୍ଗକୁ ନେଇ ଡ. ରତନ ଲାଲ୍ ଫେସ୍‌ବୁକ୍‌ରେ ଏକ ବିବାଦୀୟ ପୋଷ୍ଟ୍ କରିଥିଲେ, ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ଏହାପରେ ତାଙ୍କର ଏହି ପୋଷ୍ଟ୍ ଧାର୍ମିକ ଭାବନାକୁ ଆହତ କରୁଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଓକିଲ ବିନୀତ ଜିନ୍ଦଲ ଉତ୍ତର ଦିଲ୍ଲୀର ମୋରିସ୍ ନଗର ସାଇବର୍ ସେଲ୍ ଥାନାରେ ଏଫ୍‌ଆଇଆର୍ କରିଥିଲେ ।

ପୁଲିସ ରତନ ଲାଲ୍‌ଙ୍କ ବିରୋଧରେ ପୁଲିସ୍ ୧୫୩-ଏ ଏବଂ ଧାରା ୨୯୫-ଏ ଧାରାରେ ମାମଲା ରୁଜ ସହି ତାଙ୍କୁ ଶୁକ୍ରବାର ରାତିରେ ଗିରଫ କରିଥିଲା । ଶନିବାର ଅପରାହ୍ଣ ପ୍ରାୟ ୩ଟା ବେଳେ ଦିଲ୍ଲୀ ପୁଲିସ ପ୍ରଫେସରଙ୍କୁ ତିସ୍ ହଜାରୀ କୋର୍ଟରେ ହାଜର କରାଇ ୧୪ ଦିନର ଜୁଡିସିଆଲ୍ ରିମାଣ୍ଡ୍ ମାଗିଥିଲା । ପୁଲିସ୍ ଯୁକ୍ତି କରିଥିଲା ଯେ ପ୍ରଫେସରଙ୍କ ବିରୋଧରେ ଛଅଟି ଅଭିଯୋଗ ରୁଜୁ କରାଯାଇଛି । ମାତ୍ର କୋର୍ଟ ପ୍ରଫେସରଙ୍କୁ ଜାମିନ ପ୍ରଦାନ କରିବା ସହ ଆଦେଶରେ କହିଥିଲେ, ଦେଶର ଜନସଂଖ୍ୟା ୧୩୦ କୋଟିରୁ ଅଧିକ ହୋଇଥିବାରୁ ଯେକୌଣସି ପ୍ରସଙ୍ଗ ଉପରେ ସେତିକି ରାୟ ଆସିପାରେ ।

କୌଣସି ଜଣଙ୍କର ଭାବନକୁ ଆହତ କରିବା ପୂରା ସମୂଦାୟର ଭାବନା ଆହତ ହେଲା ବୋଲି କୁହାଯାଇପାରିବ ନାହିଁ । ତେବେ ଏପରି କୌଣସି ସୋସିଆଲ୍ ମିଡିଆ ପୋଷ୍ଟ୍ ଏବଂ ଇଣ୍ଟରଭ୍ୟୁରୁ ଦୂରେଇ ରହିବାକୁ କୋର୍ଟ ପ୍ରଫେସରଙ୍କୁ ଚେତାବନୀ ଦେଇଥିଲେ । ପ୍ରଫେସରଙ୍କ ଗିରଫ ପରେ ଦିଲ୍ଲୀ ୟୁନିଭର୍ସିଟିର ଛାତ୍ରମାନେ ଶୁକ୍ରବାର ରାତିରେ ସାଇବର୍ ସେଲ୍ ଥାନା ଆଗରେ ଏବଂ ଶନିବାର ସକାଳେ ଆର୍ଟ ଫାକଲ୍ଟି ବାହାରେ ଧାରଣା ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking