39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଟିନଙ୍କ ସହ କଥା ହେଲେ ମୋଦୀ

ପୁଟିନଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି । ଦ୍ବିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ ଆଦି ପ୍ରସଙ୍ଗରେ ଦୁଇ ନେତା କଥାବାର୍ତ୍ତା କରିଛନ୍ତି ।  ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଟେଲିଫୋନ ଆଲୋଚନା ବେଳେ ମୋଦୀ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇବା ସହ ଏହି ସମସ୍ୟାର ସମାଧାନ ପାଇଁ କୂଟନୈତିକ ଆଲୋଚନା ହିଁ ସର୍ବୋତ୍ତମ ପନ୍ଥା ଓ ଏହା ସପକ୍ଷରେ ଭାରତ ରହିଛି ବୋଲି ଜଣାଇଥିଲେ । ଅନ୍ୟପକ୍ଷରେ ପୁଟିନଙ୍କ ଗତ ଭାରତ ଗସ୍ତ କାଳରେ ନିଆଯାଇଥିବା ବିଭିନ୍ନ ଦ୍ବିପାକ୍ଷିକ ନିଷ୍ପତ୍ତିକୁ କାର‌୍ୟ୍ୟକାରୀ କରିବା ଉପରେ ଉଭୟ ନେତା ଆଲୋଚନା କରିଥିଲେ । କୃଷି ସାମଗ୍ରୀ, ସାର ଓ ଫାର୍ମା ଉତ୍ପାଦର ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ବୃଦ୍ଧି କରିବା ଉପରେ ଉଭୟ ରାଜି ହୋଇଥିଲେ ।ଡିସେମ୍ବର ୨୦୨୧ ରେ ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ଏବଂ ଚୁକ୍ତିନାମା ମଧ୍ୟ ଏହି ବାର୍ତ୍ତାଳାପ ସମୟରେ ସମୀକ୍ଷା କରାଯାଇଛି। ବିଶେଷକରି ବାଣିଜ୍ୟ, କୃଷି, ଖାଦ୍ୟ ଏବଂ ଫାର୍ମା କ୍ଷେତ୍ରରେ ନିଜ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଆନ୍ତର୍ଜାତୀୟ ଶକ୍ତି ଏବଂ ଖାଦ୍ୟ ବଜାର ଭଳି ପ୍ରସଙ୍ଗ ସହିତ ଦୁଇ ନେତାଙ୍କ ମଧ୍ୟରେ ଅନ୍ୟାନ୍ୟ ଅନେକ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking