27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ ପାଇଁ ଭାଉଜ ନେଲେ ସାନ୍ତାଳୀ ଶାଢୀ

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ ପାଇଁ ଭାଉଜ ନେଲେ ସାନ୍ତାଳୀ ଶାଢୀ

ନୂଆଦିଲ୍ଲୀ : ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ସୋମବାର, ଜୁଲାଇ ୨୫ ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଶପଥ ଗ୍ରହଣ କରିବେ। ସେ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ଶପଥ ଗ୍ରହଣ ସମାରୋହରେ ତାଙ୍କୁ ପାରମ୍ପାରିକ ସାନ୍ତାଳୀ ଶାଢୀରେ ଦେଖିବାକୁ ମିଳିବ। ପୂର୍ବ ଭାରତର ସାନ୍ତାଳ ସମ୍ପ୍ରଦାୟର ମହିଳାମାନେ ପିନ୍ଧିଥିବା ଏକ ସ୍ୱତନ୍ତ୍ର ଶାଢୀ ମୁର୍ମୁଙ୍କ ପାଇଁ ତାଙ୍କ ଭାଉଜ ସୁକ୍ରି ଟୁଡୁ ଦିଲ୍ଲୀ ନେଇ ଆସୁଛନ୍ତି। ସୂଚନାନୁସାରେ, ସୁକ୍ରି ତାଙ୍କ ସ୍ୱାମୀ ତାରିନିସେନ୍ ଟୁଡୁଙ୍କ ସହ ସଂସଦର ସେଣ୍ଟ୍ରାଲ ହଲରେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ । ସୁକ୍ରି କହିଛନ୍ତି, “ମୁଁ ଦିଦିଙ୍କ ପାଇଁ ଏକ ପାରମ୍ପାରିକ ସାନ୍ତଳୀ ଶାଢୀ ଆଣିଛି ଏବଂ ଶପଥ ଗ୍ରହଣ ସମାରୋହରେ ସେ ଏହାକୁ ପିନ୍ଧିବେ ବୋଲି ଆଶା କରୁଛି। ଏହି ଉତ୍ସବ ପାଇଁ ସେ ପ୍ରକୃତରେ କ’ଣ ପିନ୍ଧିବେ ମୁଁ ତଥାପି ଜାଣି ନାହିଁ । ରାଷ୍ଟ୍ରପତି ଭବନ ନୂତନ ରାଷ୍ଟ୍ରପତିଙ୍କ ପୋଷାକ ସ୍ଥିର କରିବେ। ସାନ୍ତାଳୀ ଶାଢୀର ଗୋଟିଏ ପଟେ କିଛି ଷ୍ଟ୍ରାଇପ୍ ରହିଛି ଏବଂ ସାନ୍ତାଳୀ ସମ୍ପ୍ରଦାୟର ମହିଳାମାନେ ଏହାକୁ ବିଶେଷ ଉତ୍ସବରେ ପିନ୍ଧନ୍ତି । ସାନ୍ତାଳୀ ଶାଢୀ ଗୁଡ଼ିକର ଲମ୍ବରେ ସମାନ ଧାଡି ଏବଂ ଉଭୟ ମୁଣ୍ଡରେ ସମାନ ଡିଜାଇନ୍ ଅଛି । ସୁକ୍ରି ତାଙ୍କ ସ୍ୱାମୀ ଏବଂ ପରିବାର ସହିତ ମୟୂରଭଞ୍ଜ ଜିଲ୍ଲାର ରାୟରଙ୍ଗପୁର ନିକଟ ଉପରବେଡା ଗ୍ରାମରେ ରୁହନ୍ତି। ସେ କହିଛନ୍ତି ଯେ ସେ ମୁର୍ମୁ ପାଇଁ ଏକ ପାରମ୍ପରିକ ମିଠା ‘ଆରିସା ପିଠା ‘ ମଧ୍ୟ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking