38.1 C
Bhubaneswar
Friday, April 26, 2024
HomeUncategorizedବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ପ୍ରଦୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ପ୍ରଦୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ସାହିତ୍ୟିକ ପ୍ରଦୋଷ ପଟ୍ଟନାୟକଙ୍କୁ ରବିବାର ଦିନ ବରେନ୍ଦ୍ର କୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ନ୍ୟାସର ସଦସ୍ୟମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଏହି ସମ୍ବର୍ଦ୍ଧନା ଦେଇଥିବା ବେଳେ ଆଗାମୀ ଦିନରେ ଶ୍ରୀ ପଟ୍ଟନାୟକ ଓଡ଼ିଆ ଭାଷା ସାହିତ୍ୟକୁ ବହୁମୂଲ୍ୟ ଅବଦାନ ଦେବେ ବୋଲି ଆଶା ପ୍ରକାଶ କରିଥିଲେ । ସମ୍ପୂର୍ଣ୍ଣ ସାମାଜିକ ଦୂରତା ରକ୍ଷା କରାଯାଇ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସମ୍ବର୍ଦ୍ଧନାର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ ଜୀବନର ଶେଷ ପର୍ଯ୍ୟନ୍ତ ସାହିତ୍ୟ ସାଧନା ଓ ସାମ୍ବାଦିକତା ବଜାୟ ରଖିବେ ବୋଲି କହିଥିଲେ ।
ଏହି ସମ୍ବର୍ଦ୍ଧନା ସଭାରେ ସର୍ବଶ୍ରୀ ସୂର୍ଯ୍ୟ ମିଶ୍ର, ବୈଷ୍ଣବ ଚରଣ ଜେନା, ପବିତ୍ର ପ୍ରଧାନ, ବିବେକାନନ୍ଦ ଜେନା, ପ୍ରକାଶ ସେଠୀ, ସିଦ୍ଧାର୍ଥ ଧଳ, ପ୍ରୀତିଛନ୍ଦା ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking