27.1 C
Bhubaneswar
Thursday, April 25, 2024
Homeଓଡିଶାରାଜଧାନୀ ରେ ଖୋଲିଲା ୩ ଟି ସପିଂ ମଲ୍

ରାଜଧାନୀ ରେ ଖୋଲିଲା ୩ ଟି ସପିଂ ମଲ୍

ଭୁବନେଶ୍ଵର: ଦୀର୍ଘ ମାସ ବନ୍ଦ୍ ରହିବା ପରେ ଆଜି ଭୁବନେଶ୍ଵର ରେ ୩ ଟି ସପିଂ ମଲ୍ ଖୋଲିଛି । ଏ ନେଇ ବି ଏମ୍ ସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୬ଟି ସପିଂ ମଲ ମଧ୍ୟରୁ ଆଜି ୩ଟି ସପିଂ ମଲ ଖୋଲିଥିବା ଜଣାପଡ଼ିଛି । ଆସନ୍ତାକାଲି ଆଉ ୩ଟି ସପିଂ ମଲ୍ ଖୋଲିବ । ଏହା ସହ କେତେକ କଟକଣା ମଧ୍ୟ ଜାରି କରିଛି । ତେବେ ରାଜ୍ୟରେ ଯେଉଁଭଳି ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ଲକଡାଉନ ଜାରି କରାଯାଇଥିଲା । ଯାହା ଫଳରେ ସବୁ ସପିଂ ମଲ ବନ୍ଦ ରହିଥିଲା । ତେବେ ରାଜ୍ୟ ସରକାର କିଛିଟା କୋହଳ କରିଥିବାବେଳେ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି ।
ଯାହାକୁ ସମସ୍ତ ସପିଂ ମଲ୍ ପାଳନ କରିବେ । ମଲ୍ ମଧ୍ୟରେ ଥିବା ସିନେମା ହଲ୍, ଫୁଡ୍ କୋର୍ଟ, ଗେମ୍ ଜୋନ୍ ଓ ପିଲାଙ୍କ ଖେଳିବା ସ୍ଥାନ ବନ୍ଦ ରହିବ । ମଲ୍ ପରିସରରେ ଲୋକ ଭିଡ୍ କମାଇବାକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଏହି ସ୍ଥାନରେ କୌଣସି ପ୍ରକାରର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବ ନାହିଁ । ମଲ୍ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।
ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଅତିକମରେ ୬ ଫୁଟ୍ ଦୂରତାକୁ ବାଧ୍ୟତା ମୂଳକ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ମଲ୍ କର୍ତୃପକ୍ଷ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ଏହା ସହ ବାରମ୍ବାର ହାତ ଧୋଇବା ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି । ମଲରେ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking