33.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିନିକିଆ ତାମିଲନାଡୁ ଓ କେରଳ ଗସ୍ତ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିନିକିଆ ତାମିଲନାଡୁ ଓ କେରଳ ଗସ୍ତ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ଓ କେରଳକୁ ଦିନିକିଆ ଗସ୍ତରେ ଯାଉଛନ୍ତି। ସେ ଉଭୟ ରାଜ୍ୟରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ କରିବେ। ୩ହଜାର ୭୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‍ଘାଟନ କରିବେ। ସେ ଚେନ୍ନାଇ ତଟ ଓ ଆଟ୍ଟିପଟ୍ଟୁ ମଧ୍ୟରେ ଚତୁର୍ଥ ରେଳଲାଇନକୁ ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ  ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ୨୯୩ କୋଟି ଟଙ୍କା ସମ୍ବଳିତ ଚେନ୍ନାଇ ବିଚ୍‍-ଆଟ୍ଟିପଟ୍ଟୁ ରେଳ ଲାଇନ୍‍ର ବିଦ୍ୟୁତିକରଣ କାର୍ଯ୍ୟକୁ ଉଦ୍‍ଘାଟନ କରିବେ।

ଶ୍ରୀ ମୋଦୀ କଲ୍ଲାନାଇ କେନାଲ୍‍ ସମ୍ପ୍ରସାରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପ ବାବଦରେ ୨ହଜାର ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ଥୟୁର୍‍ ଆଇଆଇଟିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ ପୂର୍ବରୁ ସେଠାରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୬ହଜାର ନିରାପତ୍ତା ବାହିନୀ ଯବାନଙ୍କୁ ଏଥିପାଇଁ ମୁତୟନ କରାଯାଇଛି। ପ୍ରଧାନମନ୍ତ୍ରୀ ଜବାହରଲାଲ୍‍ ନେହେରୁ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେ ୯କିଲୋମିଟର ଦୀର୍ଘ ଏକ ମେଟ୍ରୋ ପ୍ରକଳ୍ପକୁ ଉଦ୍‍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking