30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା ୧୪ ମୃତ

ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା ୧୪ ମୃତ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ କୁର୍ଣ୍ଣଲ୍ ଜିଲ୍ଲା ମାଦରପୁର ଗାଁ’ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଏକାଧିକ ଆହତ । ସୂଚନା ଅନୁଯାୟୀ ୪୪ନଂ ଜାତୀୟ ରାଜପଥରେ ମିନିବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଚିତୋରରୁ ରାଜସ୍ଥାନ ଯାଉଥିଲା ତୀର୍ଥଯାତ୍ରୀ ବସ୍ । ଘଟଣାସ୍ଥଳରେ ଅଗ୍ନିଶମ ବାହିନ୍ ଓ ପୁଲିସ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାସ୍ତା ଉପରେ ଦୁର୍ଘଟଣାରଗ୍ରସ୍ତ ଗାଡ଼ିକୁ ହଟାଯାଇଛି । ବସ୍‌ରେ ୨୦ରୁ ଅଧିକ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି ।

ଚିତୋର୍‌ରୁ ରାଜସ୍ଥାନ ତୀର୍ଥଯାତ୍ରାକୁ ଯାଉଥିବା ସମୟରେ ଘଟିଛି ଏଭଳି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଗୁରୁତରମାନଙ୍କୁ କାର୍ନୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୧୪ଜଣ ଶିଶୁ ଅଛନ୍ତି । ବର୍ତ୍ତମାନ ମଧ୍ୟ ଶବ ସବୁ ରାସ୍ତା କଡ଼ରେ ପଡ଼ି ରହିଛି । ସଂପର୍କୀୟମାନଙ୍କୁ ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମେଡିକାଲ୍‌ରେ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking