30.1 C
Bhubaneswar
Friday, April 26, 2024
Homeଓଡିଶାସରକାରୀ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ସରକାରୀ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ୍‌ ପ୍ରୋଗ୍ରାମ ମେନେଜର କବିନ୍ଦ୍ର ଜେନା ସ୍ୱେଚ୍ଛାକୃତ ଭାବେ ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ନିଜର ପ୍ଲାଜ୍‌ମା ଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସେ ନିଜେ କରୋନା ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ରହି ଚିକିତ୍ସା ପରେ କରୋନାମୁକ୍ତ ହୋଇଥିଲେ । ଏହି ମହତ୍‌ କାର୍ଯ୍ୟ ପାଇଁ ଶ୍ରୀ ଜେନାଙ୍କୁ ଭୀମ୍‌ସାର୍‌ ପ୍ଲାଜ୍‌ମା ଭଣ୍ଡାରଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ନିଜେ କରୋନାକୁ ପରାସ୍ତ କରି ଅବଶେଷରେ ଗୁରୁତର କରୋନା ରୋଗୀଙ୍କ ଜୀବନ ବଂଚାଇବା ସକାଶେ ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିଥିବାରୁ ଉପରୋକ୍ତ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନ ତଥା ଏ ଅଂଚଳର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି । ଶ୍ରୀ ଜେନାଙ୍କ ଏପରି ମହତ୍‌ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସ୍ଥାନୀୟ ଅଂଚଳରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking