27.8 C
Bhubaneswar
Thursday, April 18, 2024
Homeଓଡିଶାଜେଇଇ ଆଡ୍‌ଭାନ୍ସଡ଼୍‌ରେ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ଡାଲମିଆ ଭାଇଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ଜେଇଇ ଆଡ୍‌ଭାନ୍ସଡ଼୍‌ରେ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ଡାଲମିଆ ଭାଇଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ରୌନକ ଡାଲମିଆ ଓ ମନ୍ଥନ ଡାଲମିଆ ସର୍ବ ଭାରତୀୟ ଜେଇଇ ଆଡ଼୍‌ଭାନ୍ସଡ଼ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ୱ ହାସ୍‌ଲ କରିଛନ୍ତି । ଆଜି ପୂର୍ବାହ୍ନରେ ରୌନକ ଓ ମନ୍ଥନଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଚଞ୍ଚଳ ରାଣା ରୌନକ ଓ ମନ୍ଥନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ଏବଂ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା ସମୟରେ ରୌନକ ଓ ମନ୍ଥନଙ୍କ ଅଭିଭାବକ ରାଜେଶ କୁମାର ଡାଲମିଆ, ସୀମା ଡାଲମିଆ ଓ ବିଜୟ ଡାଲମିଆ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି ବଲାଙ୍ଗିର ଡିଆଇପିଆର୍‌ଓ ଜୟଦେବ ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking