35.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗ୨୮ରୁ ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡ଼ିବ ବିମାନ

୨୮ରୁ ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା : ସ୍ପାଇସ୍‌ଜେଟ୍ ପକ୍ଷରୁ ଆସନ୍ତା ୨୮ ତାରିଖରୁ ଝାରସୁଗୁଡାରୁ ଚେନ୍ନାଇକୁ ବିମାନସେବା ଆରମ୍ଭ  ହେବ । ଏଥିପାଇଁ ସ୍ପାଇସ୍‌ଜେଟ୍ କମ୍ପାନୀ ପକ୍ଷରୁ ଅନ୍‌ଲାଇନ୍ ବୁକିଂ ଆରମ୍ଭ ହୋଇଛି । ସ୍ପାଇସ୍‌ଜେଟ୍ ବିମାନ ଚେନ୍ନାଇରୁ ଅପରାହ୍ଣ ୧ଟା ୧୦ ମନିଟ୍‌ରେ ବାହାରି ଅପରାହ୍ଣ ୩ଟାରେ ଝାରସୁଗୁଡ଼ା ପହଞ୍ଚିବ । ଏହାପରେ ଅପରାହ୍ଣ ୩ଟା ୩୦ରେ ଝାରସୁଗୁଡ଼ାରୁ ଉଡ଼ାଣ ଭରି ୫ଟା ୧୫ରେ ଚେନ୍ନାଇ ପହଞ୍ଚିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏନେଇ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀ ସୂଚନା ପ୍ରଦାନ ସହ ଖୁସିବ୍ୟକ୍ତ କରି କହିଛନ୍ତି ଯେ, ଆଗାମୀ ଦିନରେ ବିଶାଖାପାଟଣା ଓ ଦୁବାଇକୁ ମଧ୍ୟ ବିମାନସେବା ପାଇଁ ପଦକ୍ଷେପ ନିଆଯିବ । ଅନ୍ୟପଟେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତିଙ୍କୁ ପଚାରିବାରୁ ସେ କହିଛନ୍ତି, ଝାରସୁଗୁଡ଼ାରୁ ଚେନ୍ନାଇକୁ ବିମାନ ଚଳାଚଳ ନେଇ ଆମେ ଏଯାଏଁ ଅବଗତ ନାହୁଁ । ଏହା ଏ ପର୍ଯ୍ୟନ୍ତ ସୁନିଶ୍ଚିତ ହୋଇନାହିଁ ।
ପ୍ରକାଶ ଯୋଗ୍ୟ ଯେ, ଏବେ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରୁଛି । ତେବେ ବାରଣାସୀ ଓ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ତଥା ଜିଲ୍ଲା ତଥା ପଡ଼ୋଶୀ ଜିଲା୍ଲ ପାଇଁ ଅନେକ ମାତ୍ରାରରେ ଲାଭଦାୟକ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking