40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦମ୍ପତିଙ୍କ ଆମରଣ ଅନଶନ

ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦମ୍ପତିଙ୍କ ଆମରଣ ଅନଶନ

ପାଟଣାଗଡ : ବେଲପଡା ବ୍ଲକ ମଣ୍ଡଳ ଗ୍ରାମର ଦମ୍ପତି ବୈଦେହୀ ଜାଲ ଏବଂ ତାଙ୍କ ସ୍ୱାମୀ ବେଣୁଧର ଜାଲ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି । ଗତବର୍ଷ ଅକ୍ଟୋବର ମାସରେ ବୈଦେହୀ ଏକ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ କେତେକ ପଡୋଶୀଙ୍କ ତୀବ୍ର ବିରୋଧ ହେତୁ ତାହା ନିର୍ମାଣ କରିପାରିନଥିଲେ । ତାହାର ସମାଧାନ ନିମନ୍ତେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ମଧ୍ୟ କୌଣସି ସୁଫଳ ନ ପାଇବାରୁ ଆଜି ଅନ୍ୟ ଉପାୟ ନ ପାଇ ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ପ୍ରକାଶ କରିଛନ୍ତି ।
ଉକ୍ତ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇ କାର୍ଯ୍ୟାରମ୍ଭ କରିବା ମାତ୍ରେ ଗ୍ରାମର ନାଥ ସୁବନକେତକି, ଲକ୍ଷ୍ମୀନାରାୟଣ ସୁବନକେତକି, ଜଗତରାମ ସୁବନକେତକି, ଜଜାନନ ସୁବନକେତକି, ଭୀଷ୍ମରାମ ସୁବନକେତକି ପ୍ରମୁଖ ନିହ ଖୋଳା କାମ ବନ୍ଦ କରିଦେବା ସହ ଦମ୍ପତିଙ୍କୁ ଜୀବନରେ ମାରିଦେବା ଧମକ ଦେଇଥିଲେ । ଏନେଇ ସେ ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବେଲପଡା ପୁଲିସର ପରାମର୍ଶକ୍ରମେ ତହସିଲଦାରଙ୍କୁ ଯୋଗାଯୋଗ କରି ଗତ ୨୦୨୦ ଡିସେମ୍ବର ୧୬ ତାରିଖରେ ତହସିଲ ଅମୀନଙ୍କ ଦ୍ୱାରା ନିଜର ପୈତୃକ ଜମି(ଖାତା ନମ୍ବର-୧୫୦, ପ୍ଲଟ ନମ୍ବର-୧୩୦୩ ଏବଂ ପ୍ଲଟ ନମ୍ବର୧୨୯୬)ରେ ପୁଣି ଥରେ କାମ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ବେଣୁଧର ଏବଂ ବୈଦେହୀ । କିନ୍ତୁ ପୁଣି ଥରେ ସୁବନକେତକି ପରିବାର ପକ୍ଷରୁ ଧମକଚମକ ସହ କାମ ବନ୍ଦ କରି ଦିଆଯାଇଥିଲେ । ପୁଣି ବେଣୁଧର ଗତ ଜାନୁଆରି ୭ ତାରିଖ ଦିନ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଭୟ ଏବଂ ଆତଙ୍କ ମଧ୍ୟରେ ଜୀବନ ବିତାଉଥିବା ଦମ୍ପତି କୌଣସି ଉପାୟ ନ ପାଇ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ । ମଧ୍ୟାହ୍ଣ ପ୍ରାୟ ୧୨ଟାରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଆନ୍ଦୋଳନକାରୀ ଦମ୍ପତିଙ୍କୁ ଭେଟି ଖୁବ ଶୀଘ୍ର ସମସ୍ୟା ସମାଧାନ କରିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking