28.1 C
Bhubaneswar
Friday, April 26, 2024
Homeଓଡିଶାକୋଭିଡ କଟକଣାରେ ପିପିଲି ଭୋଟ

କୋଭିଡ କଟକଣାରେ ପିପିଲି ଭୋଟ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । କୋଭିଡ କଟକଣାରେ ଭୋଟ ଗ୍ରହଣ କରାଯିବ ବୋଲି ସିଏଓ କହିଛନ୍ତି । ଗୋଟିଏ ବୁଥରେ ସର୍ବାଧିକ ୧୦୦୦ ଲୋକ ଭୋଟ ଦେଇପାରିବେ । ବୁଥ ସଂଖ୍ୟା ବୃଦ୍ଧି କରାଯାଇ ଅତିରିକ୍ତ ୭୫ ବୁଥ କରାଯିବା ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ । ପ୍ରତି ବୁଥରେ ଜଣେ ଅଙ୍ଗନବାଡୀ ଓ ଆଶା କର୍ମୀଙ୍କୁ ନିୟୋଜିତ କରାଯିବ । ୩ ପ୍ରକାର ଭୋଟରଙ୍କୁ ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ପାଇଁ ଅନୁମତି ମିଳିବ । ସେହିଭଳି ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଏବଂ କୋଭିଡ ଆକ୍ରାନ୍ତଙ୍କ ପାଇଁ ପୋଷ୍ଟାଲ ବାଲାଟ ରହିବ । ନିର୍ବାଚନରେ ସଂପୃକ୍ତ ସମସ୍ତଙ୍କୁ ସମ୍ମୁଖ ଯୋଦ୍ଧା ଭାବରେ ବିବେଚନା କରାଯିବ । ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରାଯାଇ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯିବ ।

ସୂଚନାଯୋଗ୍ୟ , ଏପ୍ରିଲ ୧୭ରେ ପିପିଲି ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ମେ ୨ ତାରିଖରେ ଭୋଟ ଗଣତି ହେବାକୁ ଥିବା ବେଳେ ସେହି ଦିନ ହିଁ ଫଳ ପ୍ରକାଶ ପାଇବ । ତେବେ ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ । ଅନ୍ୟପଟେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଏପ୍ରିଲ ୩ ତାରିଖ । ବର୍ତମାନ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଛି । କିଏ ପିପିଲି ଆସନରୁ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking