30.1 C
Bhubaneswar
Wednesday, April 24, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର

ଭୁବନେଶ୍ୱର: ଗୃହ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ନରସିଂହ ମିଶ୍ର । ସର୍ବଦଳୀୟ ବୈଠକ ଡାକିବାକୁ ଅପିଲ କରିଛନ୍ତି ନରସିଂହ । ଗୃହର ନେତା ଭାବେ ସୁରୁଖୁରୁରେ ଗୃହ ଚଳାଇବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ଚାଷୀଙ୍କୁ ନିଶ୍ଚିତ କରନ୍ତୁ । ଧାନ କିଣାରେ କୌଣସି ଚାଷୀ ଯେଭଳି ହଇରାଣ ନ ହେବେ ନିଶ୍ଚିତ କରନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେହିଭଳି ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚାଷୀଙ୍କ ଜମିରେ ବୋରୱେଲ ଖନନ ହୋଇପାରିନଥିବା ନେଇ ସେ ଜଣାଇଛନ୍ତି । ବରଗଡର ୧୨ ହଜାର ଚାଷୀ ୨୦ ହଜାର ଲେଖାଏଁ ଦେଇ ଆବେଦନ କରିଥିଲେ । ଦୀର୍ଘଦିନ ପରେ ମଧ୍ୟ ସେମାନଙ୍କ ଜମିରେ ବୋରୱେଲ ହୋଇପାରିଲାନି । ଏହା ଚାଷୀଙ୍କର ପ୍ରମୁଖ ସମସ୍ୟା ହୋଇଥିବାରୁ ହସ୍ତକ୍ଷେପ ଦାବି କରିଛନ୍ତି ସୁରେଶ ।

ଅନ୍ୟପଟେ ଗୃହ ଅଚଳ ହେବା ନେଇ ବିରୋଦୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ୫ ଦିନ ହେଲାଣି ଗୃହ ଅଚଳ ରହୁଛି । ମୁଖ୍ୟମନ୍ତ୍ରୀ କୁଆଡେ ଗଲେ ? ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି ଖୋଜିବାକୁ ଯିବ ବିଜେପି । ଚାଷୀଙ୍କ ଧାନ ନକିଣି ରାଜଭବନ ଯାଇ ହାଇଡ୍ରାମା କରୁଛି ଶାସକ ଦଳ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking