38.1 C
Bhubaneswar
Friday, April 26, 2024
HomeUncategorizedଭିନ୍ନକ୍ଷମ ଦମ୍ପତ୍ତି ସରକାରୀ ସହାୟତା ରୁ ବଞ୍ଚିତ

ଭିନ୍ନକ୍ଷମ ଦମ୍ପତ୍ତି ସରକାରୀ ସହାୟତା ରୁ ବଞ୍ଚିତ

ମାଲକାନଗିରି (ପ୍ରଭାତ ସାହା)-ଖୁବ ସଂଘର୍ଷର ସହ ବିତୁଛି ସ୍ଵାମୀ ସ୍ତ୍ରୀ ଦୁଇ ଜନଙ୍କର ଜୀବନ। ହେଲେ ବି ଅଛନ୍ତି ବେଶ୍ ଖୁସି ରେ। ଦୁଇ ଜଣ ଭିନ୍ନକ୍ଷମ ହେଇଥିଲେ ହେଁ ଜଣେ ଆଉ ଜଣ ଙ୍କୁ ସବୁ କିଛି ରେ କରୁ ଥାଏ ସହାୟତା।ସ୍ତ୍ରୀ ଙ୍କର ବାମ ହାତ ଓ ସ୍ଵାମୀ ଙ୍କର ବାମ ଓ ଡାହାଣ ଉଭୟ ଗୋଡ ଖରାପ। ସ୍ଵାମୀ ସ୍ତ୍ରୀ ଉଭୟ ଙ୍କ ଛଡା ପରିବାର ରେ ଅନ୍ୟ କେହି ସଦସ୍ୟ ନାହାନ୍ତି। ପରସ୍ପର ମଧ୍ୟରେ ରହିଛି ବେଶ୍ ଉତ୍ତମ ବୁଝାମଣା। ତେଣୁ ତ ସବୁ ବାଧା ବିଘ୍ନ ପାରି ହେବାର ର ପ୍ରଣ କରି ଦୁଇ ଭିନ୍ନକ୍ଷମ ଧରିଲେ ଉଭୟ ଙ୍କ ହାତ.|
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ପି ଭି 42 ଗ୍ରାମ। ଗ୍ରାମ ର ଶେଷ ମୁଣ୍ଡ ରେ ରୁହନ୍ତି ଦୁଇ ଭିନ୍ନକ୍ଷମ ସ୍ଵାମୀ ସ୍ତ୍ରୀ। ଉଭୟ ଭିନ୍ନକ୍ଷମ ହେଲେ ଦୁଇ ଜଣ ମିଳିମିଶି ସବୁ ଅକ୍ଷମତା ର ନଇ କୁ  ଦୀର୍ଘ 8 ବର୍ଷ ଧରି ପାରି ହେଇ ଆସୁଛନ୍ତି । ସ୍ଵାମୀ କିଶୋର ହାଲଦାର ଆଜିକୁ ଠିକ୍ 8 ଵର୍ଷେ ହାତ ଧରିଥିଲେ ପାର୍ଵତି ଙ୍କର। ଅଗ୍ନି କୁ ସାକ୍ଷୀରେ ରଖି ସୁଖ ରେ ଦୁଃଖ ରେ ସାତ ଜନ୍ମର ସାଥୀ କରିବାକୁ ପ୍ରଣ କରିଥିଲେ ଉଭୟେ। ସେବେଠୁ ଚାଲିଛି ଏମାନ ଙ୍କ ର ଜୀବନ ର ଗାଡି। ସ୍ଵାମୀ କିଶୋର ବେଶ୍ ଭଲ ରୋଷେଇ କରି ପାରନ୍ତି ତେଣୁ ଗାଁ ରେ ଭୋଜି ଭାତ ହେଲେ ଉଭୟ ରୋଷେଇ କାମ ରେ ଲାଗୀ ପଡି ବେଶ୍ ଭଲ ଚଳୁ ଥିଲେ ହେଲେ କରୋନା କଟକଣା ପାଇଁ ଭୋଜି ଭାତ ସବୁ ବନ୍ଦ ରୋଜଗାର ର ବାଟ ମଧ୍ୟ ବନ୍ଦ ହେଇଗଲା। ଏବେ ପେଟ କୁ ଦୁଇ ମୁଠା ଦାନା ଦେବା ପାଇଁ ଅଛି କେବଳ ସରକାରୀ ରେସନ୍ କାର୍ଡ ରେ ମୁଣ୍ଡ ପିଛା ମିଳୁଥିବା 5 କେ ଜି ଚାଉଳ ଓ ମାସକୁ ମାସିକ ଭର୍ତ୍ତା ବାବଦକୁ 500 ଟଙ୍କା।
ଚାଳ ଘର ଯେଉଁଠି ବିନା କୌଣସି ବାଧା ରେ ଭିତର କୁ ପଶି ପାରିବ ସୂର୍ଯ୍ୟ କିରଣ ଓ ବିନା ଅନୁମତିରେ ଯେଉଁଠି ପଶେ ଅସରାଏ ବର୍ଷା ର ପାଣି। ଏହି ଭଲି ଘରେ ବହୁ କଷ୍ଟ ର ସହ ଦୁହେଁ ଦୁହିଁ ଙ୍କ ହାତ ଧରି ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ରୋଷେଇ ବାସ, ପନିପରିବା କଟା, ପାଣି ଆଣିବା ଘର ଝାଡୁ କରିବା, କାଠ ସଂଗ୍ରହ କରିବା, ସବୁ କିଛି ରେ ଉଭୟ ଉଭୟ ଙ୍କୁ କରିଥାନ୍ତି ସାହାଯ୍ୟ ତେଣୁ ତ ଉଭୟ ଭିନ୍ନକ୍ଷମ ହୋଇ ମଧ୍ୟ ଆଜି ବି ସେମାନ ଙ୍କ ମୁହଁରେ ଝଲସି ଉଠେ ହସ।  ଦୀର୍ଘ ବର୍ଷ ଧରି ଏଭଲି ଅବସ୍ତା ରେ ଥିବା ଏହି ଦୁଇ ଭିନ୍ନକ୍ଷମ ସରକାରୀ ଇନ୍ଦିରା ଆବାସ ଖଣ୍ଡକ କାହିଁକି ପାଇଁ ପାରିଲେ ନାହିଁ। ବୋଧ ହୁଏ ସରକାର ଏହି ଦୁଇ ଭିନ୍ନକ୍ଷମ କୁ ସରକାରୀ ଇନ୍ଦିରା ଆବାସ ଘର ଖଣ୍ଡିଏ ଯୋଗାଇ ଦେଲେ ଏମାନ ଙ୍କ ମୁହଁରେ ଆଉ କିଛିଟା ନୂଆ ଆଶା ଖେଳି ଥାନ୍ତା
ବିନା ବାଧାରେ ସୂର୍ଯ୍ୟ ଆଲୋକ ପଶି ଯାଉଥିବା ଏହି ଘରେ ରହି ଆସିଥିବା ଏହି ଦୁଇ ଭିନ୍ନକ୍ଷମ ଦମ୍ପତ୍ତି  କେବେ ସରକାରୀ ଇନ୍ଦିରା ଆବାସ ଟିଏ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking