29.1 C
Bhubaneswar
Monday, May 6, 2024
Homebuisnessପେଟ୍ରୋଲ-ଡିଜେଲ ହୋଇପାରେ ଶସ୍ତା; ସାଧାରଣ ଲୋକଙ୍କ ପାଇଁ ଯୋଜନା କରୁଛନ୍ତି ସରକାର

ପେଟ୍ରୋଲ-ଡିଜେଲ ହୋଇପାରେ ଶସ୍ତା; ସାଧାରଣ ଲୋକଙ୍କ ପାଇଁ ଯୋଜନା କରୁଛନ୍ତି ସରକାର

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ଖୁବଶୀଘ୍ର ସାଧାରଣ ଲୋକଙ୍କୁ ମିଳିପାରେ ଆଶ୍ୱସ୍ତି । ପେଟ୍ରୋଲ-ଡିଜେଲ ଦରରେ ରିହାତି ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ କେବଳ ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ଆହୁରି ଅନେକ ଜିନିଷର ମୂଲ୍ୟ ମଧ୍ୟ ହ୍ରାସ ହୋଇପାରେ । ଖୁଚୁରା ମୁଦ୍ରାସ୍ଫିତୀକୁ କମ୍ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଦ୍ୱାରା ହୋଇଥିବା ସୁପାରିଶ ଉପରେ ସରକାର ନିଷ୍ପତ୍ତି ନେଇପାରନ୍ତି ।

ସୂଚନା ଅନୁସାରେ ସରକାର ଏବେ କିଛିଟା ଜିନିଷ ଉପରୁ ଟାକ୍ସ ହ୍ରାସ କରିବା ନେଇ ଯୋଜନା କରୁଛନ୍ତି । ମକା ଏବଂ ଫୁଏଲ ଉପରୁ ଟିକସ ହ୍ରାସ କରିପାରନ୍ତି ସରକାର । ତେବେ ଫେବ୍ରୁଆରୀର ଦରବୃଦ୍ଧି ହାର ସାମନାକୁ ଆସିବା ପରେ ହିଁ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ । ଗତ ଡିସେମ୍ବରରେ ଭାରତର ମୁଦ୍ରାସ୍ଫିତୀ ହାର ୫.୭୨ ପ୍ରତିଶତ ରହିଥିବା ବେଳେ ଜାନୁଆରୀରେ ଏହା ୬.୫୨ ରେକର୍ଡ ହୋଇଛି । ଖାଦ୍ୟ ମୁଦ୍ରାସ୍ଫିତୀ ହାର ଉଚ୍ଚ ରହିପାରେ ବୋଲି କହିଛନ୍ତି ବିଶେଷଜ୍ଞ । ଦୁଗ୍ଧ, ମକା ଏବଂ ସୋଆବିନ ତେଲର ମୂଲ୍ୟ ଆସନ୍ତା ସମୟରେ ଦରବୃଦ୍ଧି ଚିନ୍ତାକୁ ବଢାଇ ଦେଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ପେଟ୍ରୋଲ ଏବଂ ଡିଜେଲ ଉପରୁ ମଧ୍ୟ ଟିକସ ହ୍ରାସ ପାଇପାରେ । ଗତମାସରେ ଅଶୋଧିତ ତୈଳର ବୈଶ୍ୱିକ ମୂଲ୍ୟ ହ୍ରାସ ପାଇଥିବା ବେଳେ ବର୍ତ୍ତମାନ ସ୍ଥିର ରହିଥିବା ରେକର୍ଡ ହୋଇଛି ।

ବୁଧବାର ଅଏଲ ଫ୍ୟୁଚର୍ସ ହ୍ରାସ ସହ ୮୪.୩୨ ଡଲାର ପ୍ରତି ବ୍ୟାରେଲ ବ୍ୟବସାୟ କରୁଥିଲା । ତୈଳ କମ୍ପାନି ଗୁଡିକ ଏହାର ଲାଭ ବର୍ତ୍ତମାନ ସୁଦ୍ଧା ଗ୍ରହାକଙ୍କୁ ଦେଇ ନାହାନ୍ତି, କିମ୍ୱା ନିଜର ପୁରୁଣା କ୍ଷତିକୁ ଭରଣା କରିବାରେ ଲାଗିଛନ୍ତି । ଭାରତ ନିଜ ଆବଶ୍ୟକତାର ଦୁଇ-ତୃତୀୟାଂଶରୁ ଅଧିକ ଆମଦାନୀ କରିଥାଏ । କେନ୍ଦ୍ର ସରକାରଙ୍କ ଦ୍ୱାରା ଟ୍ୟାକ୍ସରେ ହ୍ରାସ କରାଯିବା ପରେ ପମ୍ପ ପରିଚାଳକଙ୍କ ଉପରେ ଗ୍ରାହକଙ୍କ ପାଇଁ ମୂଲ୍ୟ ହ୍ରାସ ନେଇ ଚାପ ପଡିବ । ଏହାଦ୍ୱାରା ଦରବୃଦ୍ଧି ହାରରୁ ହ୍ରାସ କରିବାରେ ସହାୟତା ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking