38.1 C
Bhubaneswar
Friday, April 26, 2024
Homeଓଡିଶାଲୋକଙ୍କ ନିର୍ଦ୍ଧୂମ ମାଡ଼ରେ ଚେତା ହରାଇଲା ଠକ 

ଲୋକଙ୍କ ନିର୍ଦ୍ଧୂମ ମାଡ଼ରେ ଚେତା ହରାଇଲା ଠକ 

ନୂଆପଡ଼ା : ଦୁଇ ଠକଙ୍କୁ ଧରି ନିସ୍ତୁକ ଛେଚିଲେ ଗାଁ ଲୋକେ । ହାତ ଗୋଡ଼ ବାନ୍ଧି ନିର୍ଦ୍ଧୁମ୍ ମାରିଲେ । ଲୋକଙ୍କ ଆଖିବୁଜା ମାଡ଼ରେ ଅଚେତ ହୋଇପଡ଼ିଲେ ଠକ । ଏହି ଘଟଣା ଘଟିଛି ନୂଆପଡ଼ା କୋମନା ଥାନା ସାନବାହାଲି ଗାଁରେ । ଏଇ ଦୁଇ ଠକ ଲୋକଙ୍କ ଟିପ ଚିହ୍ନ ଏବଂ ଆଧାର କାର୍ଡ ନେଇ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଳାକନା ବୁଲାଇଛନ୍ତି । ଯାହାର ଫଳ ସେମାନଙ୍କୁ ଗାଁ ଦାଣ୍ଡରେ ହିଁ ଭୋଗିବାକୁ ପଡ଼ିଛି । ଶେଷରେ ପୋଲିସ୍ ଉଦ୍ଧାର କରି ଦୁଇ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛି । ସୂଚନା ଅନୁଯାୟୀ, କୋମନା ଥାନା ଚାନ୍ଦୋପଲା ଗାଁର ଅରୁଣ ତାଣ୍ଡି ଓ କୃପାସିନ୍ଧୁ ନାଗ ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ବିଭିନ୍ନ ଲୋନ କରିଦେବା, ଇ-ଶ୍ରମ ଯୋଜନା,କାଳିଆ ଆଦି ଯୋଜନାରେ ସାମିଲ କରି ଦେବା ପାଇଁ କୁହନ୍ତି । କିଛି ଦିନ ତଳେ ସନବାହାଲି ଗାଁର ରାଧେ ଅହିର ନାମକ ବ୍ୟକ୍ତିଙ୍କ ଘରକୁ ଯାଇ ନଳକୂଅ ଖନନ କରି ଦେବାକୁ କହି ୧ ଲକ୍ଷ ଟଙ୍କା ଋଣ କରି ଦେବାକୁ କହିଥିଲେ । ରାଧେଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଓ ଟିପ ଚିହ୍ନ ନେଇଥିଲେ । ୫ ଥର ଏମିତି ଟିପ ଚିହ୍ନ ନେଇଥିଲେ । ତେବେ ସନ୍ଦେହ ହେବାରୁ ରାଧେ ବ୍ୟାଙ୍କ୍ ପାସବୁକ୍ ଅପଡେଟ୍ କରିଥିଲେ । ୫ ଥର ୧୦ ହଜାର କରି ସମୁଦାୟ ୫୦ ହଜାର ଟଙ୍କା ଅରୁଣ ଓ କୃପାସିନ୍ଧୁ ନେଇଯାଇଥିବାର ଜାଣିବାକୁ ପାଇଥିଲେ । ଆଜି ଗାଁକୁ ଯାଇଥିବା ବେଳେ ଗାଁ ଲୋକେ ୨ ଜଣଙ୍କୁ ଧରି ହାତ ଗୋଡ ବାନ୍ଧି ନିଦ୍ଧୁର୍ମ ମାଡ ମାରିଥିଲେ ଗାଁ ଲୋକେ ।ଅରୁଣଙ୍କ ପାଲଟା ଆକ୍ରମଣରେ ଲୋକମାନେ ବି ମାରି ରକ୍ତାକ୍ତ କରିଦେଇଥିଲେ । ଲୋକଙ୍କ ମାଡରେ ଅରୁଣ ଅଚେତ ହୋଇ ପଡିଥିଲେ । କୌଣସି ସୁତ୍ରରୁ କୋମନା ପୋଲିସ ସୂଚନା ପାଇ ୨ ଜଣଙ୍କୁ ଉଦ୍ଧାର କରି କୋମନା ମେଡିକାଲରେ ଭର୍ତ୍ତି କରିଛି । ଅରୁଣ ପାଖରୁ ଅନେକ ଏଟିଏମ କାର୍ଡ ଓ ମୋବାଇଲ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking