26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶଡିଏନ୍‌ଏ ପରୀକ୍ଷା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ

ଡିଏନ୍‌ଏ ପରୀକ୍ଷା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଡିଏନଏ ପରୀକ୍ଷା ପାଇଁ କାହାରିକୁ ବାଧ୍ୟ କରାଯାଇପାରିବ ନାହିଁ । ଜଣେ ବ୍ୟକ୍ତିଙ୍କୁ ଡିଏନଏ ପରୀକ୍ଷା ପାଇଁ ବାଧ୍ୟ କରାଇବା ଅର୍ଥ ହେଉଛି ଯେ ଆମେ ତାଙ୍କର ବ୍ୟକ୍ତିଗତ ଅଧିକାର ଉପରେ ହସ୍ତକ୍ଷେପ କରିବା । ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ କାହାକୁ ଡିଏନ୍‌ଏ ପରୀକ୍ଷା ପାଇଁ ବାଧ୍ୟ କରିପାରିବୁ ନାହିଁ । ଡିଏନ୍‌ଏ ପରୀକ୍ଷାକୁ ସାଧାରଣ ପ୍ରକ୍ରିୟା ଭାବରେ ନୁହେଁ ବରଂ କେବଳ ଜରୁରୀକାଳୀନ ମାମଲାରେ ଏହି ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ । କାରଣ ଡିଏନ୍‌ଏ ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ବାଧ୍ୟ କରିବା ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ସ୍ୱାଧୀନତା ତଥା ଗୋପନୀୟତା ଅଧିକାରର ଉଲ୍ଲଂଘନ କରାଯିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ସମ୍ପର୍କକୁ ପ୍ରମାଣ କରିବାକୁ ଅନ୍ୟ ପ୍ରମାଣ ଉପଲବ୍ଧ ଅଛି, ତେବେ କୋର୍ଟ ସାଧାରଣତଃ ଡିଏନଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ଉଚିତ୍ ନୁହେଁ । ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀ ଏବଂ ଜଷ୍ଟିସ ହୃଷିକେଶ ରାୟଙ୍କ ଖଣ୍ଡପୀଠ କହିଛନ୍ତି ଯାଆଁଳା ଶିଶୁଙ୍କୁ ଛାଡି ପ୍ରତ୍ୟେକ ବ୍ୟକ୍ତିଙ୍କ ଡିଏନ୍‌ଏ ଭିନ୍ନ ହୋଇଥାଏ । ତେଣୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନିବା, ପାରିବାରିକ ସମ୍ପର୍କ ଜାଣିବା ପାଇଁ ଡିଏନଏ ଟେଷ୍ଟ କରାଯାଇପାରିବ । କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଡିଏନଏ ଦେବାକୁ କେବେ ବି ବାଧ୍ୟ କରାଯାଇପାରିବ ନାହିଁ । ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ ଅଭିଯୋଗକାରୀ ନିଜେ ଡିଏନ୍‌ଏ ପରୀକ୍ଷା ଦେବାକୁ ପ୍ରସ୍ତୁତ ନୁହଁନ୍ତି, ତାଙ୍କୁ ବାଧ୍ୟ କରିବା ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତା ତଥା ଗୋପନୀୟତା ଅଧିକାରର ଉଲ୍ଲଂଘନ ହେବ । ଏକ ସମ୍ପତ୍ତି ମାଲିକାନାକୁ ନେଇ କୋର୍ଟ ଏଭଳି ରାୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking