25.1 C
Bhubaneswar
Thursday, May 9, 2024
Homeଓଡିଶାକୋଟିଆ ପାଇଁ ରାଜ୍ୟ ସରକାରଙ୍କ ତିଳେମାତ୍ର ଆନ୍ତରିକତା ନାହିଁ - ନିରଞ୍ଜନ

କୋଟିଆ ପାଇଁ ରାଜ୍ୟ ସରକାରଙ୍କ ତିଳେମାତ୍ର ଆନ୍ତରିକତା ନାହିଁ – ନିରଞ୍ଜନ

ଭୁବନେଶ୍ୱର : ଏହା ଏକ ଦୁର୍ଭାଗ୍ୟର କଥା ଓଡିଶା ମାଟିକୁ ସୁରକ୍ଷା ଦେବାରେ ଅସମର୍ଥ ବର୍ତମାନର ବିଜେଡି ସରକାର । ଓଡିଶା ମାଟିକୁ ପଡୋଶୀ ରାଜ୍ୟମାନେ ଆସ୍ତେ ଆସ୍ତେ ମାଡି ବସୁଛନ୍ତି । କିନ୍ତୁ ଆମ ସରକାର ନିରବତା ଅବଲମ୍ବନ କରୁଛନ୍ତି । ଏହାଠାରୁ ଆଉ ଦୁଃଖ ଦାୟକ ଘଟଣା କ’ଣ ହୋଇପାରେ ବୋଲି ଆଜିର ପ୍ରେସ୍ ବାର୍ତାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେଉଁ ମହାପୁରୁଷମାନେ ତ୍ୟାଗ ଦେଇ ଓଡିଶା ଗଠନ କରିଥିଲେ, ଆଜି ତାଙ୍କୁ ପରିହାସ କରାଯାଉଛି । ଆନ୍ଧ୍ର ସରକାର ଓଡିଶାର କୋଟିଆ ଅଂଚଳରେ ଗତ ୩ ମାସ ମଧ୍ୟରେ ଦୁଇ ଦୁଇଥର ନିର୍ବାଚନ ଘୋଷଣା କରି ନିର୍ବାଚନ କରି ସାରିଲେଣି । ନିର୍ବାଚନ କରିବା ପରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟ ଯାଉଛନ୍ତି । ଏପରିକି ନିର୍ବାଚନ ଚାଲିଥିଲା ବେଳେ ଓଡିଶା ସରକାର ୧୪୪ ଧାରା ଜାରି କଲେ, ତାକୁ ମଧ୍ୟ ଆନ୍ଧ୍ର ସରକାର ମାନିଲେ ନାହିଁ କି ଭ୍ରୁକ୍ଷେପ କଲେନାହିଁ । ବହୁ ପୂର୍ବରୁ ସୁପ୍ରିମ୍‌କୋର୍ଟ କହିଛନ୍ତି ସୀମା ବିବାଦ ମାମଲା କୋର୍ଟର ପରିସରଭୁକ୍ତ ନୁହେଁ । ଏହା ସଂସଦର ବା କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ । ସେମାନେ ଏ ବିଷୟରେ ନିଷ୍ପତି ନେଇପାରିବେ । କିନ୍ତୁ କେନ୍ଦ୍ର ବିଜେପି ସରକାରଙ୍କର ଓଡିଶା ପ୍ରତି ତିଳେମାତ୍ର ଆନ୍ତରିକତା ବା ଦରଦ ନାହିଁ । ସେହିପରି ଓଡିଶା ସରକାର ମଧ୍ୟ କୌଣସି ଆନ୍ତରିକତା ଦେଖାଉନାହାନ୍ତି । ଏହାଠୁ ଲଜ୍ଜାକର ଘଟଣା କ’ଣ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଅତୀତରେ ଯେପରି ମହାନଦୀ ପାଣିକୁ ରାଜ୍ୟ ସରକାର ବଂଚାଇ ପାରିଲେ ନାହିଁ, ତାହା ହରାଇବାକୁ ପଡିଲା, ବର୍ତମାନ ମଧ୍ୟ ସେହିପରି ଓଡିଶା ମାଟିକୁ ହରାଇବାକୁ ବସିଲେଣି । ବିଜେଡି ସରକାର ଥରେମାତ୍ର ସୀମା ବିବାଦ ପ୍ରସଙ୍ଗ ସଂସଦରେ ଉଠାଇଲେ ନାହିଁ । କିମ୍ବା କେନ୍ଦ୍ର ସରକାର ଯାହା ସହିତ ବିଜେଡି ସରକାରଙ୍କ ଆନ୍ତରିକତା ରହିଛି, ସବୁକ୍ଷେତ୍ରରେ ସମର୍ଥନ କରୁଛନ୍ତି ତାଙ୍କୁ ମଧ୍ୟ ଓଡିଶା ସ୍ୱାର୍ଥ ପାଇଁ ରାଜ୍ୟ ସରକାର କହିଲେ ନାହିଁ । ତେଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇ ସଂସଦରେ ଏ ପ୍ରସଙ୍ଗ ଉଠାଇ ଓଡିଶାର ସ୍ୱାର୍ଥରକ୍ଷା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ନହେଲେ ଓଡିଶାବାସୀ ଏହି ଐତିହାସିକ ଭୁଲ୍‌କୁ ଗ୍ରହଣ କରିବେ ନାହିଁ ଓ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking