28.1 C
Bhubaneswar
Thursday, May 2, 2024
Homeଓଡିଶା୧୦ ହଜାର ଟଙ୍କା ଦିଅ, ନହେଲେ ନିଆଁପାଣି ବାସନ୍ଦ

୧୦ ହଜାର ଟଙ୍କା ଦିଅ, ନହେଲେ ନିଆଁପାଣି ବାସନ୍ଦ

ଢେଙ୍କାନାଳ: ସ୍ୱାଧୀନତାର ଅନେକ ବର୍ଷପରେ ଓଡିଶାରେ ନିଆଁପାଣି ବନ୍ଦ କରିବା ବା ବାସନ୍ଦ କରିବା ପରି କୁପ୍ରଥା ଦୂର ହୋଇପାରିନାହିଁ। କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଜନୈକ ଯୁବକ ଏନେଇ ଆତ୍ମାହୁତି ଦେଇଥିଲେ । ଏ ଘଟଣା ମନରୁ ନ ଲିଭୁଣୁ ଢେଙ୍କାନାଳ ଜିଲ୍ଲାର ଏହିପରି ଏକ ଘଟଣା ଘଟିବା ଭଳି ଦୃଶ୍ୟମାନ ହେଉଛି । ଜିଲ୍ଲାର ଗଁଦିଆ ଥାନା ତଥା ଦେଓଗାଁ ଫାଣ୍ଡି ଅନ୍ତର୍ଗତ ମହୁଲଖୋଳି ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି ଜନୈକ ଅଣସୂଚିତ ଜାତି ବର୍ଗର ପରିବାରକୁ ନିଆଁପାଣି ବନ୍ଦ ସହ ନାନା ପ୍ରକାର ହଇରାଣ କରୁଥିବା ଯୋଗୁ ସେ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗାଁ କମିଟିର ସଦସ୍ୟ ହୃଦାନନ୍ଦ ପରିଡ଼ା ୧୦ ବର୍ଷ ତଳେ ଏକଦା ଚୋରା ପଥର ଖଣି କରି ଲୁଟୁଥିବା ବେଳେ ଅଭିଯୋଗକାରୀ ଶ୍ରୀବତ୍ସ ସେଠୀ ବିରୋଧ କରିଥିଲେ ।

ସେଥିପାଇଁ ହୃଦାନନ୍ଦ ପରିଡ଼ା ତାଙ୍କୁ ଏକ ଚାପୁଡା ମାରିଥିଲେ । ଏହି ମାମଲା ସେତେବେଳେ ଥାନା ପର୍ଯ୍ୟନ୍ତ ଯାଇଥିଲା । ଏହି କାରଣ ପାଇଁ ତାଙ୍କ ପରିବାର ତଥା ଝିଅ ଓ ଜ୍ୱାଇଁଙ୍କୁ ସେ ଗାଁ ଲୋକଙ୍କ ଜରିଆରେ ବିଭିନ୍ନ ହଇରାଣ କରିଥିଲେ । ସେ ଚାଷ କରୁଥିବା ଜମିକୁ ଜେସିବି ଲଗାଇ ଖୋଳିଦେଇଛନ୍ତି । ତାଙ୍କର ଝିଅ ଜ୍ୱାଇଁଙ୍କୁ ୧୦ ହଜାର ଟଙ୍କା ଗାଁକୁ ଦେବାକୁ ଦାବି କରାଯାଇଛି । ଟଙ୍କା ନଦେଲେ ନିଆପାଣି ବନ୍ଦ ସହ ଯେଉଁମାନେ କଥା ହେବେ ସେମାନଙ୍କୁ ମଧ୍ୟ ନାନା ପ୍ରକାର ହଇରାଣ କରାଯାଉଛି । ସୂଚନା ଥାଉକି ଏହି ଗାଁର ଅନ୍ୟ କିଛି ପରିବାରକୁ ମଧ୍ୟ ୧୦ହଜାର ଲେଖାଏଁ ଟଙ୍କା ଗାଁକୁ ଦେବା ପାଇଁ ବାଧ୍ୟ କରାଯାଉଛି । ପ୍ରଶାସନ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking