28.1 C
Bhubaneswar
Wednesday, April 24, 2024
Homeଓଡିଶାନକଲି ସାର୍ଟିଫିକେଟ୍ ଲାଗି ପୁଣି ୨ ଶିକ୍ଷକ ସସ୍‌ପେଣ୍ଡ

ନକଲି ସାର୍ଟିଫିକେଟ୍ ଲାଗି ପୁଣି ୨ ଶିକ୍ଷକ ସସ୍‌ପେଣ୍ଡ

ଭୁବନେଶ୍ୱର: ରାଜ୍ୟରେ ନକଲି ଶିକ୍ଷକ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି । ଶିକ୍ଷକ ନିଯୁକ୍ତି ସମୟରେ ଯାଞ୍ଚ ପ୍ରକ୍ରିୟା ସଠିକ ଭାବେ ହୋଇନଥିବାରୁ ଅନେକ ଜିଲ୍ଲାରେ ନକଲି ଶିକ୍ଷକ ନିଯୁକ୍ତି ପାଇଛନ୍ତି । ତେବେ ରାଜ୍ୟରେ ନକଲି ଶିକ୍ଷକଙ୍କ ବିରୋଧରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି । ନିର୍ଦ୍ଦେଶାଳୟରେ ନିର୍ଦ୍ଦେଶକ ଭାବେ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟଭାର ସମ୍ଭାଳିବା ପରେ ନକଲି ଶିକ୍ଷକ ଠାବ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାର ସବୁ ବିଦ୍ୟାଳୟ ସେ ନିଜେ ପରିଦର୍ଶନ କରିବା ସହ ଶିକ୍ଷକଙ୍କ ନିଯୁକ୍ତି ପତ୍ରକୁ ଯାଞ୍ଚ କରୁଛନ୍ତି । ଶନିବାର ପୁଣି ୨ ନକଲି ଶିକ୍ଷକ ଧରାପଡିବା ପରେ ସେମାନଙ୍କୁ ସସ୍‌ପେଣ୍ଡ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରର ଏକ ସ୍କୁଲର ଶୁଶିଲ କୁମାର ବେହେରା ଏବଂ ପୁରୀ ଜିଲ୍ଲାର ବିଶ୍ୱମ୍ବର ବିଦ୍ୟାପୀଠର ସହାୟକ ଶିକ୍ଷକ ମହେନ୍ଦ୍ର ପ୍ରଧାନଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣାପଡ଼ିଛି । ତେବେ ସେମାନଙ୍କୁ ଚାକିରିରୁ ବିଦା କରିବା ସହ ସେମାନଙ୍କ ବିରୋଧରେ ଥାନାରେ ମାମାଲା ଦାୟର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking