24.1 C
Bhubaneswar
Thursday, May 9, 2024
Homeଓଡିଶାକୋଟିଆରେ ପୁଣି ମୁହାଁମୁହିଁ ହେଲେ ପଟ୍ଟାଙ୍ଗୀ ବିଧାୟକ ଓ  ଆନ୍ଧ୍ର ଅଧିକାରୀ

କୋଟିଆରେ ପୁଣି ମୁହାଁମୁହିଁ ହେଲେ ପଟ୍ଟାଙ୍ଗୀ ବିଧାୟକ ଓ  ଆନ୍ଧ୍ର ଅଧିକାରୀ

କୋରାପୁଟ:  ପୁଣି କୋଟିଆରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଅଧିକାରୀ ଓ ପଟ୍ଟାଙ୍ଗୀ ବିଧାୟକ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାପାଳ, ସାଲୁର୍ ବିଧାୟକ ବୁଧବାର ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ପାଇ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ସେଠାରେ ପହଞ୍ଚିଥିଲେ ।

କୋଟିଆ ପଞ୍ଚାୟତର ଫଗୁଣସିନେରୀ ଗ୍ରାମରେ ବିଧାୟକ ଶ୍ରୀ ପାଢୀ ପହଞ୍ଚିଲା ବେଳକୁ ପାର୍ବତୀପୁରମ୍ ଆଇଟିଡିଏ  ପ୍ରକଳ୍ପ ପ୍ରଶାସକ କୁର୍ମାନାଥ  ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ କରିବା ସହ ଲୋକମାନଙ୍କୁ ନେଇ ସଭା କରୁଥିଲେ ।

କୋଟିଆରେ ଆନ୍ଧ୍ର ଅଧିକାରୀମାନଙ୍କ ଅନୁପ୍ରବେଶକୁ ନେଇ ଅନେକ ସମୟ ପର୍ଯ୍ୟନ୍ତ ବିଧାୟକ ଓ ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଓଡ଼ିଶା ମାଟିରେ  ପଶି କାହିଁକି ଲୋକମାନଙ୍କୁ ବିଭ୍ରାନ୍ତ କରୁଛ ବୋଲି ବିଧାୟକ ଶ୍ରୀ ପାଢୀ ପ୍ରଶ୍ନ କରି ତୁରନ୍ତ ଏହି ସ୍ଥାନ ଛାଡ଼ିବାକୁ ଆନ୍ଧ୍ର ଅଧିକାରୀଙ୍କୁ କହିଥିଲେ ।

ବିଧାୟକଙ୍କ ତାଗିଦ୍ ପରେ ଆନ୍ଧ୍ର ଅଧିକାରୀ ଫେରି ଯାଇଥିଲେ । ତେବେ ଏହା ଆନ୍ଧ୍ରପ୍ରଦେଶର ଫଗୁଣସିନେରୀ ପଞ୍ଚାୟତ ବୋଲି ଆନ୍ଧ୍ରଅଧିକାରୀ ଉତ୍ତର ଦେଇଥିବାବେଳେ  ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଆନ୍ଧ୍ର ସପକ୍ଷରେ ମତ ରଖି  ପାଟିତୁଣ୍ଡ କରୁଥିବା ଲକ୍ଷ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking