30.1 C
Bhubaneswar
Sunday, May 5, 2024
Homeଓଡିଶାଆରିବା ପ୍ରେମୀଯୁଗଳ ମୃତ୍ୟୁ ଘଟଣା ଉପରୁ ପରଦା ହଟୁନି

ଆରିବା ପ୍ରେମୀଯୁଗଳ ମୃତ୍ୟୁ ଘଟଣା ଉପରୁ ପରଦା ହଟୁନି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଆରିବା ଗ୍ରାମରେ ୧୦ ଦିନ ତଳେ ପ୍ରେମୁଯୁଗଳ ମୃତ୍ୟୁ ଘଟଣା ଉପରୁ ପରଦା ଉଠୁନି । ମୃତ୍ୟୁକୁ ନେଇ ସସ୍‌ପେନ୍ସ ରହିଥିବାବେଳେ ପୁଲିସ ଏ ପର୍ଯ୍ୟନ୍ତ ରହସ୍ୟ ପାଖରେ ପହଞ୍ଚିପାରିନି। ଗତ ୭ ତାରିଖ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସନ୍ଧ୍ୟାରେ ଝିଅ ଘର ବାରିପଟ ଏକ କୋଠରୀରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକପ୍ରେମିକା ପଡ଼ିଥିଲେ । ଦୁଇଜଣଙ୍କ ବେକକୁ ଧାରୁଆ ଅସ୍ତ୍ରରେ କଟାଯାଇଥିଲା । ସେମାନଙ୍କ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲେ ବି କିଏ ମାରିଛି ଏଯାଏଁ ଜଣାପଡୁନି । ପରିବାର ଲୋକ ଜମିକୁ ଯାଇଥିବାବେଳେ ଏହି ଗଟଣା ଘଟିଛି ।

ଉଭୟ ମୃତକ ସେହି ଗ୍ରାମର ୨୧ ବର୍ଷୀୟା ଝିଅ ଶିବାଲା ଡିଲେଶ୍ୱରୀ ଓ ୨୮ ବର୍ଷୀୟ ପୁଅ ତାଲୁରୁ ଶ୍ରୀନୁ । ଭାଇ ଓ ମା ହ୍ରାଇଦ୍ରାବାଦ ଠାରେ ରହୁଥିବାବେଳେ ଶ୍ରୀନୁ କେବଳ ଗାଁରେ ରହି ଅଟୋ ଚଳାଉଥିଲେ । ଅଟୋରେ କଲେଜ ଯିବା ଆସିବା କରୁଥିଲେ ଡିଲେଶ୍ୱରୀ । ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାକୁ କିନ୍ତୁ ଝିଅ ଘର ପରିବାର ବିରୋଧ କରି ଝିଅର ବିବାହ ଅନ୍ୟତ୍ର ସ୍ଥିର କରିଥିଲେ । ଯାହାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡିଥିଲେ ପ୍ରେମୀ ଯୁଗଳ । ଝିଅ ଘର ଲୋକଙ୍କ କହିବା ଅନୁସାରେ ଘରେ କେହି ନଥିବା ଜାଣି ଶ୍ରୀନୁ ପ୍ରଥମେ ଝିଅକୁ ହତ୍ୟା କରିଛି ଏବ ପରବର୍ତ୍ତୀ ସମୟରେ ଉକ୍ତ ଅସ୍ତ୍ର ସାହାଯ୍ୟରେ ନିଜକୁ ଆଘାତ କରି ଆତ୍ମହତ୍ୟା କରିଛି । ଡଗ ସ୍କ୍ୱାର୍ଡ ଓ ଫରେନସିକ ଟିମ୍ ସହ ପୋଲିସ ଅଧିକାରୀ ଅନୁଧ୍ୟାନ କରି ଫେରିଛନ୍ତି ।

ଏ ସଂକ୍ରାନ୍ତରେ ଗ୍ରାମବାସୀ ମୁହଁ ଖୋଲୁ ନଥିବା ବେଳେ ମୃତ୍ୟୁର କାରଣ ଜଣାପଡିିନି । ପୋଷ୍ଟମର୍ଟମ ଏବଂ ଫରେନସିକ ରିପୋର୍ଟ ଆସିବା ପରେ ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ କହିଛି । ପୋଷ୍ଟମର୍ଟମ ରିପୋର୍ଟରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କ ଥିବାରୁ ପୁଲିସ କିଛି କହୁନି । ଆହୁରି କିଛି ବିଷୟରେ ସ୍ପଷ୍ଟ ହୋଇପାରିନି, ସ୍ପଷ୍ଟ ହେଲେ, ରହସ୍ୟ ଉନ୍ମୋଚନ ହେବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି । ଉଭୟ ପ୍ରେମୀ ଯୁଗଳଙ୍କ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ କିପରି ଘଟିଛି, ଗ୍ରାମବାସୀ ମୁହଁ ଖୋଲୁ ନାହାନ୍ତି, ଆତ୍ମହତ୍ୟା ପାଇଁ ଗଳାକାଟିବା ପାଇ କାହିଁକି ନିରୁପଣ କଲେ, କିଏ ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ ଏପରି ନାନା ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି । କେବେ ଏହି ରହସ୍ୟରୁ ପରଦା ହଟିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking