30.1 C
Bhubaneswar
Sunday, May 19, 2024
Homeଓଡିଶାକିରେଝୋଲା ଗାଁ’ରେ ଚୂଆ ପାଣି ମେଣ୍ଟାଉଛି ଶୋଷ

କିରେଝୋଲା ଗାଁ’ରେ ଚୂଆ ପାଣି ମେଣ୍ଟାଉଛି ଶୋଷ

ନୂଆପଡ଼ା : ଗ୍ରୀଷ୍ମ ଋତୁ ନ ଆସୁଣୁ ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ୍‌ରେ ପାନୀୟଜଳ କଷ୍ଟ ଆରମ୍ଭ ହୋଇଛି । ଏବେ ଲୋକମାନଙ୍କ ପାଇଁ ନାଳ ଓ ଚୂଆ ହିଁ ଏକମାତ୍ର ଭରସା । ଯଦି ଏବେଠାରୁ ଏମିତି, ଭବିଷ୍ୟତରେ ଜଳକଷ୍ଟ କେମିତି ହେବ, ତାହା ସମସ୍ତଙ୍କୁ ଜଳଜଳ ଦିଶିଲାଣି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ କିରେଝୋଲା ଗାଁ’ ପହରିଆପଡ଼ାରେ ପାଣି ପାଇଁ ମହିଳାମାନେ ୧ କି.ମି ଯାଇ ବାଳି ଚୂଆରୁ ପାଣି ସଂଗ୍ରହ କରୁଛନ୍ତି । ରାତି ପାହିଲେ ଏହି ପଡ଼ାବାସୀ ପାଣି ପାଇଁ ଲଗାଉଛନ୍ତି ଲମ୍ବା ଲାଇନ୍ । ହାତରେ ଗରା, ବାଲ୍‌ଟି ଧରି ପାଣି ପାଇଁ ଯିବାକୁ ପଡ଼େ ଗୋଟିଏ କି.ମି ଦୂରକୁ । ଗାଁ ନିକଟରେ ବୋହି ଯାଇଥିବା ନାଳରେ ଚୂଆ କରି ସଂଗ୍ରହ କରାଯାଉଛି ପିଇବା ପାଣି । ଏଠି ରହନ୍ତି ପହରିଆ ସମ୍ପ୍ରଦାୟର ପ୍ରାୟ ୧୫ଟି ପରିବାର ।

ବାଉଁଶରେ ତିଆରି ସାମଗ୍ରୀ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରିଥା’ନ୍ତି ଏମାନେ । ହେଲେ ବର୍ଷ ବର୍ଷ ହେଲା ଏମାନଙ୍କ ଜଳ କଷ୍ଟ ଦୂର ହେଉନି । ଏହି ପଡ଼ାରେ ମହିଳାମାନେ ପାଖରେ ଥିବା ନାଳକୁ ଯାଇ ସେଠାରେ ଏକ ଚୂଆ ତିଆରି କରି ପାଣି ସଂଗ୍ରହ କରନ୍ତି। ସେମାନଙ୍କ ପାଇଁ ଏକ ମାତ୍ର ସାହା ଭରସା ଏହି ଚୂଆ ପାଣି । ଅନ୍ୟପଟେ ଗ୍ରୀଷ୍ମ କାଳରେ ସେହି ଚୂଆ ପାଣି ମଧ୍ୟ ଶୁଖିଯାଉଥିବାରୁ ସେମାନଙ୍କ ଦୁଃଖ ବଢିଯାଏ । ପୁରୁଷ ମାନେ ସାଇକେଲ ଯୋଗେ ନିକଟ ପଡୋଶୀ ଗାଁ ରୁ ପିଇବା ପାଣି ଆଣୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ପଡ଼ାରେ ରହିଛି ଏକ ମାତ୍ର ନଳକୂଅ । ଏଥିରେ ନାଲିଆ ଓ ଫ୍ଲୋରାଇଡ ଯୁକ୍ତ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ତାହାକୁ ବ୍ୟବହାର କରୁନାହାନ୍ତି । ଅନେକ ସମୟରେ ନଳକୂଅ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ପଡ଼ାବାସୀ ପାଣି ପାଇଁ ବ୍ଲକ୍ ତଥା ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ ଶୁଣୁନାହାନ୍ତି । ଜିଲ୍ଲାରେ ପିଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କହୁଥିବା ବେଳେ ଆଜି ବି ନୂଆପଡ଼ା ଜିଲ୍ଲା ବହୁ ଗାଁରେ ବିଶୁଦ୍ଧ ପାନୀୟଜଳ ପହଞ୍ଚିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking