30.1 C
Bhubaneswar
Thursday, April 25, 2024
Homeଓଡିଶାଦାଦନରୁ ମାଲାୟାଲମ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର

ଦାଦନରୁ ମାଲାୟାଲମ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର

ଫୁଲବାଣୀ : ଦାଦନ ଖଟିବାକୁୁ ଯାଇ ବିଗ୍ ସ୍କ୍ରିିନ୍‌ର ହିରୋ । ମାଲାୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପରଷ୍ଟାର ଭାବେ ପରିଚିତ । କନ୍ଧମାଳ ଜିଲ୍ଲା ଉପାନ୍ତ ତୁମୁଡ଼ିବନ୍ଧ ବେଲଘର ଅଞ୍ଚଳରୁ ଯାଇ କେରଳରେ ଏବେ ସେ ଘରେ ଘରେ ପରିଚିତ । ସେ ହେଉଛନ୍ତି ରାଜକୁମାର ନାୟକ । କନ୍ଧମାଳ ଜିଲ୍ଲାର ଉପାନ୍ତ ତଥା ମାଓପ୍ରବଣ ବେଲଘର ଅଞ୍ଚଳରେ ଏହି ଖବରକୁ ନେଇ ଖୁସିର ଲହରି ଖେଳିଯାଇଛି । ରାଜକୁମାର ତୁମୁଡ଼ିବନ୍ଧ ସ୍ଥିତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ମଧ୍ୟ ଅର୍ଥ ଅଭାବ ଯୋଗୁଁ ସେ ଅଧାରୁ ପାଠ ଛାଡ଼ି ପେଟ ପାଇଁ ଦାଦନ ଖଟିବାକୁ ଯାଇଥିଲେ କେରଳକୁ । ସେଠାରେ ଏକ ହୋଟେଲରେ କାମ କରୁଥିଲେ । ତେବେ ଜଣେ ବଡ୍‌ିବିଲଡ଼ର ହେବାର ସ୍ୱପ୍ନ ଥିଲା ତାଙ୍କର । ସେ ହୋଟେଲରେ ବୟ ଭାବେ କାମ କରିବା ସହିତ ଯେଉଁ କିଛି ଟଙ୍କା ରୋଜଗାର କରୁଥିଲେ ସେଥିରେ ସେ ଚଳିବା ସହିତ ଜିମ୍ ଯିବା ଆରମ୍ଭ କରିଥିଲେ । ଜିମ୍‌ରେ ତାଙ୍କର ପରିଶ୍ରମକୁ ଦେଖି ଜିମ୍‌ର ଟ୍ରେନର ତାଙ୍କୁ ମାଲାୟଲମ ସିନେମାର ଜଣେ ନିର୍ଦ୍ଦେଶକଙ୍କ ଘରେ କାମ କରିବାକୁ କହିଥିଲେ ।

ପ୍ରଥମେ ଉକ୍ତ ନିର୍ଦ୍ଦେଶକଙ୍କ ରୋଷେୟା ଭାବେ କାମ କରୁ କରୁ ସେ ଏକ ସିନେମାରେ ଛୋଟ ଅଭିନୟ କରିବାର ସୁଯୋଗ ପାଇଥିଲେ । ତାହା ଥିଲା ତାଙ୍କର ଜୀବନର ଟର୍ଣ୍ଣିପଏଣ୍ଟ । ରାଜ କୁମାରଙ୍କ ଅଭିନୟ ଦେଖି ନିର୍ଦ୍ଦେଶକ ତାଙ୍କୁ ଅନ୍ୟ ସିନେମାରେ ଭଲ ଭଲ ରୋଲ କରିବାକୁ ସୁଯୋଗ ଦେଇଥିଲେ । ଏହି ସୁଯୋଗର ସଦୁପଯୋଗ କରି ମାଲାୟଲମ ସିନେ ଜଗତରେ ନିଜର ପରିଚୟ ସୃଷ୍ଟି କରିବା ସହ ବହୁ ସିନେମା କରି ଦର୍ଶକଙ୍କ ମନ ମୋହିଛନ୍ତି । ବର୍ତ୍ତମାନ ସେ ମାଲୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବନି ଯାଇଛନ୍ତି ।

ରାଜ କୁମାରଙ୍କ ଏହି ସଫଳତା ପଛରେ ରହିଛି ତାଙ୍କର ସଂଘର୍ଷମୟ କାହାଣୀ । ୨୦୧୨ରୁ ତାଙ୍କର ସଂଘର୍ଷମୟ ଜୀବନ ଆରମ୍ଭ ହୋଇଥିଲା । ତୁମୁଡ଼ିବନ୍ଧ କଲେଜରେ ଯୁକ୍ତ ୨ ନାମ ଲେଖାଇଥିଲେ ମଧ୍ୟ ପଇସା ଅଭାବରୁ ପାଠ ପଢା ଛାଡ଼ି ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ । ସୁଯୋଗ ମିଳିଲେ ସେ ଓଡ଼ିଆ ଫିଲ୍ମଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିବାକୁ ଆଗ୍ରହୀ ଥିବା କହିଛନ୍ତି । ତେବେ ନିଜର କଠିନ ପରିଶ୍ରମ ଦ୍ୱାରା ସବୁ ସମ୍ଭବ ହୋଇ ପାରିବ ବୋଲି ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking