33.1 C
Bhubaneswar
Friday, April 26, 2024
Homeକରୋନାଆମର ଲକ୍ଷ୍ୟ ରହିଛି ‘ସବକା ସାଥ୍ ,ସବକା ବିକାଶ ଓ ସବକା ବିଶ୍ୱାସ : ପ୍ରଧାନମନ୍ତ୍ରୀ...

ଆମର ଲକ୍ଷ୍ୟ ରହିଛି ‘ସବକା ସାଥ୍ ,ସବକା ବିକାଶ ଓ ସବକା ବିଶ୍ୱାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ

ନୂଆଦିଲ୍ଲୀ : କରୋନା ମୁକାବିଲାକୁ ଆମେ ଜନଆନ୍ଦୋଳନ କରିଛୁ, ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସମ୍ବୋଧନ କରି ଏହି କଥା କହିଛନ୍ତି ।କରୋନା ମୁକାବିଲାକୁ ଆମେ ଜନ ଆନ୍ଦୋଳନରେ ପରିଣତ କରିଛୁ । ସାର୍କ କୋଭିଡ଼ ଜରୁରୀକାଳୀନ ଫାଣ୍ଡି ତିଆରି କରିଛୁ । ଅର୍ଥ ବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ବିଭିନ୍ନ ପ୍ୟାକେଜ ଘୋଷଣା କରିଛୁ ।ଏଥିସହ ବିକାଶଶୀଳ ଦେଶକୁ ମଧ୍ୟ ଆମେ ସହାୟତା ଯୋଗାଇଛୁ ।
ଏବେ ଭାରତରେ କରୋନା ସୁସ୍ଥ ହାର ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି ।ଏଜେଣ୍ଡା ୨୦୩୦କୁ ପୂରଣ କରିବା ପାଇଁ ଆମେ ଉଦ୍ୟମ କରୁଛୁ । ଆମର ଲକ୍ଷ୍ୟ ରହିଛି ‘ସବକା ସାଥ୍ ,ସବକା ବିକାଶ ଓ ସବକା ବିଶ୍ୱାସ ।ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ବହୁତ ପରିବର୍ତ୍ତନ ଆସିଛି । ଏଥିସହ ଭାରତ ମଧ୍ୟ ସବୁ କ୍ଷେତ୍ରରେ ଆଗକୁ ବଢିଛି ।ଆମ ଦେଶରେ ଆମେ ଆତ୍ମ ନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛୁ ।ଦେଶରେ ଗତ ୬ବର୍ଷରେ ୪୦ କୋଟି ବ୍ୟାଙ୍କ ଖାତା ଖୋଲିଛୁ । ଗରିବଙ୍କ ସହାୟତା ପାଇଁ ସିଧା ତାଙ୍କ ଖାତାକୁ ପଇସା ଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking