30.1 C
Bhubaneswar
Sunday, May 5, 2024
Homeଓଡିଶାଆମ ଶିଳ୍ପନୀତି ଦେଶରେ ଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

ଆମ ଶିଳ୍ପନୀତି ଦେଶରେ ଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମେକ୍ ଇନ୍ ଓଡିଶା କନକ୍ଲେଭରେ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ଓଡିଶାରେ ପୁଞ୍ଜିନିବେଶ କରିବାକୁ ଆହ୍ୱାନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ନୂଆ ଶିଳ୍ପନୀତି ଘୋଷଣା କରାଯାଇଛି । ଆମ ଶିଳ୍ପ ନୀତି ସାରା ଦେଶରେ ଶ୍ରେଷ୍ଠ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଶିଳ୍ପକୁ ସହଯୋଗ ପାଇଁ ଆମେ ଉଚ୍ଚପ୍ରଶିକ୍ଷିତ ମାନବସମ୍ବଳ ସୃଷ୍ଟି କରିଛୁ । ଓଡିଶାକୁ ସମୃଦ୍ଧିଶାଳୀ କରିବା ଆମ ଲକ୍ଷ୍ୟ, ଆସନ୍ତୁ ଆମ ସହ ହାତ ମିଳାନ୍ତୁ ।

ଶାନ୍ତି, ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି । ୨ ଦଶନ୍ଧି ଧରି ରାଜ୍ୟରେ ବିକାଶ ଜାରି ରହିଛି । ଫାଇଭ-ଟି ଯୋଗୁ ବିକାଶ ସବୁସ୍ତରରେ ପହଞ୍ଚି ପାରିଛି । ଶିକ୍ଷା ପ୍ରତି ଗୁରୁତ୍ବ, ଦକ୍ଷତା ବିକାଶ, କୃଷି, ମହିଳା ସଶକ୍ତିକରଣ, ଆଦିବାସୀ ବିକାଶ କ୍ଷେତ୍ରରେ ଓଡିଶା ପ୍ରମୁଖ ସଫଳତା ହାସଲ କରିଛି । ୭୦ଲକ୍ଷ ମହିଳା ଏସଏଚଜି ଗଠନ କରି ଓଡିଶା ଉଦାହରଣ ସୃଷ୍ଟି କରିଛି ।

ସ୍ବାସ୍ଥ୍ଯ ରୂପାନ୍ତରରଣରେ ବିଏସକେଓ୍ବାଇର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ରାଜ୍ୟରେ ଦାରିଦ୍ର୍ୟ ହାସ ପାଇଛି ଏବଂ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଅଧିକ ରାଜସ୍ବ ଆଦାୟ ହେବା ସହ ଅର୍ଥନୈତିକ ବିକାଶ ପ୍ରକ୍ରିୟା ଜାରି ରହିଛି । ବୃହତ ଭିତ୍ତିଭୂମି ପ୍ରକଳ୍ପ ସୃଷ୍ଟି ହୋଇଥିବାବେଳେ ପ୍ରଶାସନର ରୂପାନ୍ତରୀଣ ସମ୍ଭବ ହୋଇଛି । ଓଡିଶାର ଅଗ୍ରଗତି ନିବେଶ ସହ ସମ୍ପର୍କିତ । ବୟନ, ଖାଦ୍ୟଶିଳ୍ପ ଆଦି ବହୁ କ୍ଷେତ୍ରରେ ନୂଆ ନୀତି ଗ୍ରହଣ କରାଯାଉଛି ।

ଖଣି ଓ ଖଣିଜ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାବେଳେ ବିଶ୍ବସ୍ତରୀୟ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଓଡିଶା ପ୍ରମୁଖ ଉଦାହରଣ ସାଜିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking