ଭୁବନେଶ୍ୱର: ବିଜୁଙ୍କ ଶ୍ରାଦ୍ଧ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବ ଆମ ସରକାର । ଓଡିଶା ମାଟିର ଗୌରବ ଓ ଦେଶର ସମ୍ମାନ ପାଇଁ ବିଜୁବାବୁ ସର୍ବଦା ଲଢୁଥିଲେ । ଓଡିଶାର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ସେ କେବେ ସାଲିସ କରିନଥିଲେ । ଓଡିଶାକୁ ସମୃଦ୍ଧ କରିବାକୁ ସ୍ୱପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ । ଓଡିଶା ଅସ୍ମିତା ବିଶ୍ୱ ଦରବାରରେ ପରିଚିତ କରାଇବା ତାଙ୍କ ସ୍ୱପ୍ନ ଅଧିରା ରହିଯାଇଛି । ସେହି ସ୍ୱପ୍ନକୁ ପୂରା କରିବାକୁ ଆମ ସରକାର ସଂକଳ୍ପ ନେଇଛନ୍ତି । ଆଗାମୀ ଦିନରେ ଓଡିଆ ସ୍ୱାଭିମାନ ବିଶ୍ୱ ଦରବାରରେ ପହଞ୍ଚିବ ।










