24.1 C
Bhubaneswar
Thursday, May 9, 2024
Homeଓଡିଶାନ ହେଲେ ମୋର ବିଜେପି ଅଛି

ନ ହେଲେ ମୋର ବିଜେପି ଅଛି

ଭୁବନେଶ୍ୱର : ବିଜଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ବିଭିନ୍ନ ସମୟରେ ରାଜନୀତି ସରଗରମ ହୋଇଥାଏ । ପ୍ରକୃତରେ ଆସନ୍ତା ନିର୍ବାଚନ ବେଳକୁ ଭର୍ତ୍ତୃହରି ବିଜେଡିରେ ରହିବେ କି ନାହିଁ ତାକୁ ନେଇ ଦ୍ୱନ୍ଦ ଦେଖାଦେଇଛି । ବିଜେଡି ଠାରୁ ସେ କ୍ରମେ ଦୂରେଉ ଥିବା ଓ ବିଜେପିର ନିକଟରତର ହେଉଥିବା କ୍ରମେ ଦେଖିବାକୁ ମିଳୁଛି । ବିଜେପିର ନିକଟରତର ହେବା ଭର୍ତ୍ତୃହରିଙ୍କ ପାଇଁ ବାଧ୍ୟବାଧକତା ବୋଲି ଅନେକ ମତ ଦେଉଛନ୍ତି । ଆଜି ଗଣମାଧ୍ୟୟରେ ଭର୍ତ୍ତୃହରିଙ୍କର ପ୍ରକାଶ ପାଇଥିବା ଏକ ଫଟୋକୁ ନେଇ  ରାଜନୈତିକ  ମହଲରେ ଏପରି ଚର୍ଚ୍ଚା ଦେଖାଦେଇଛି ।

ଅନେକ ଦିନ ହେଲା ଭର୍ତ୍ତୃହରି ବିଜେଡି ଠାରୁ କ୍ରମେ ଦୂରେଇ ରହୁଥିବା ଦେଖାଦେଇ ଆସୁଛି । ବିଜେଡିରେ ବର୍ତ୍ତମାନ ଯେଉଁ ରାଜନୈତିକ ଦୃଶ୍ୟପଟ ପରିଲକ୍ଷିତ ହେଉଛି ବୋଧହୁଏ ସେଥିରେ ଭର୍ତ୍ତୃହରି ନିଜକୁ ଖାପଖୁଆଇ ପାରୁନାହାଁନ୍ତି । ଇତି ମଧ୍ୟରେ ବିଜେଡିର ଅନେକ କାର୍ଯ୍ୟକ୍ରମ ଭୁବନେଣ୍ୱର, କଟକ ଏବଂ କଟକ ସଂସଦୀୟ କ୍ଷେତ୍ରରେ ହୋଇଛି । ହେଲେ ଏ ସବୁଥିରେ ଭର୍ତ୍ତୃହରିଙ୍କୁ ଦେଖିବାକୁ ମିଳିନାହିଁ । ଏବେ ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ବାରଙ୍ଗ ରତାଗଡ଼ ନିକଟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ଦେଇଥିଲେ । କଟକ ଜିଲ୍ଲାର ସବୁ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଭର୍ତ୍ତୃହରିଙ୍କୁ ଦେଖିବାକୁ ମିଳି ନଥିଲା । ଏହି ଘଟଣାକୁ ନେଇ ପରବର୍ତ୍ତି ସମୟରେ ଯେତେବେଳେ ଗଣମାଧ୍ୟମ ପକ୍ଷରୁ ଭର୍ତ୍ତୃହରିଙ୍କ ମତାମତ ଲୋଡ଼ାଗଲା ସେ ସିଧାସଳଖ ବିଜେଡି ନେତାମାନଙ୍କ କୋଟକୁ ବଲ୍ ଗଡ଼ାଇ ଦେଇଥିଲେ । ବିଜେଡି ନେତାଙ୍କୁ ଯାଇଁ ପଚାରିବାକୁ ସେ କହିଥିଲେ । ଏବେ ନିକଟରେ ୫-ଟି ଅଧ୍ୟକ୍ଷଙ୍କ ଏକ କାର୍ଯ୍ୟକ୍ରମ ଆଠଗଡ଼ ନିକଟରେ ହୋଇଥିଲା । ସେଠାକୁ ମଧ୍ୟ ସେ ଯାଇ ନଥିଲେ । ବିଜେଡିର କାର୍ଯ୍ୟକ୍ରମରୁ ଭର୍ତ୍ତୃହରିଙ୍କୁ ଦୂରେଇ ଦିଆଯାଉଛି ନା ସେ ନିଜେ ଦୂରେଇ ଯାଉଛନ୍ତି ତାହା ଏପର୍ଯ୍ୟନ୍ତ ଦଳ ସ୍ପଷ୍ଟ କରୁ ନାହିଁ । କିନ୍ତୁ ଭର୍ତ୍ତୃହରି ତାଙ୍କ ଖବରକାଗଜ ପ୍ରଜାତନ୍ତ୍ରରେ କିଛି ଲେଖା ଲେଖିବା ଓ ଗଣମାଧ୍ୟମରେ କିଛି ମନ୍ତବ୍ୟ ଦେବାପରେ ବିଜେଡି ନେତାଙ୍କ ମାଧ୍ୟମରେ ପ୍ରକାଶିତ ଏକ ଖବର କାଗଜରେ ପ୍ରକାଶ ପାଇଲା ଯେ, ଭର୍ତ୍ତୃହରି କୁଆଡେ ରାଜ୍ୟପାଳ ହେବାକୁ ଆଗ୍ରହୀ ଅଛନ୍ତି ସେଥିପାଇଁ ସେ ବିଜେପି ମୁହାଁ ହୋଇଛନ୍ତି । ଏଥିରୁ ଜଣାପଡ଼ିଲା ବିଜେଡି ଆଉ ଭର୍ତ୍ତୃହରିଙ୍କୁ ପାଖକୁ ନେବା ଚାହୁଁନାହିଁ ।

ଭର୍ତ୍ତୃହରି ବି ମଝିରେ ମଝିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଭେଟୁଥିବା ଦେଖାଯାଇଛି। ସେ ଏବେ ଆଉ ପାଦେ ଆଗକୁ ଯାଇ ଅମିତ ଶାହଙ୍କୁ ଦିଲ୍ଲୀରେ ତାଙ୍କ ବାସଭବନରେ ଭେଟିଛନ୍ତି । ସେ ସମ୍ପର୍କିତ ଫଟୋ ଗଣମାଧ୍ୟମରେ ମଧ୍ୟ ଆଜି ପ୍ରକାଶ ପାଇଛି । ବିଭିନ୍ନ ବାହାନାରେ ସେ ବିଜେପିର ଦୁଇ ଶୀର୍ଷ ନେତାଙ୍କୁ ଭେଟୁଥିବା ଦେଖାଦେଇଛି । ଭେଟିବା ପଛରେ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି । କୁହାଯାଉଛି ସେ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ବିଜେଡି ନହେଲେ ତାଙ୍କ ପାଇଁ ବିଜେପି ଅଛି । ଭର୍ତ୍ତୃହରିଙ୍କୁ ନେବା ପାଇଁ ବିଜେପି ନେତାମାନେ ବି ଆଗ୍ରହୀ ରହିଛନ୍ତି । କୁହାଯାଉଛି ଭର୍ତ୍ତୃହରି ନିଜେ ନିର୍ବାଚନରେ ଆଉ ନ ଲଢ଼ୀ ପୁଅକୁ ରାଜନୀତିକୁ ଆଣିବା ପାଇଁ ବିଜେପିର ସାହାରା ନେବାକୁ ଚାହୁଁଛନ୍ତି । ପାରିବାରିକ କାରଣ ହେଉ କିମ୍ବା ବିଜେଡିରେ ହତାଦାର ହେବା କାରଣ ହେଉ ଭର୍ତ୍ତୃହରି ବିଜେପି ମୁହାଁ ହେଉଥିବା ଜଣା ପଡ଼ିଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking