31.1 C
Bhubaneswar
Wednesday, May 8, 2024
Homeଓଡିଶାରଥଯାତ୍ରା ଆରମ୍ଭ କେବେଠାରୁ ଓ କେମିତି ହେଲା ଆସନ୍ତୁ ଜାଣିବା

ରଥଯାତ୍ରା ଆରମ୍ଭ କେବେଠାରୁ ଓ କେମିତି ହେଲା ଆସନ୍ତୁ ଜାଣିବା

ପୁରୀ :ପୂର୍ବ ଭାରତୀୟ ରାଜ୍ୟ ଓଡ଼ିଶାର ପୁରୀ , ଯାହାକୁ ପୁରୁଷୋତ୍ତମ କ୍ଷେତ୍ର , ଶଙ୍ଖ କ୍ଷେତ୍ର ଏବଂ ଶ୍ରୀକ୍ଷେତ୍ର ନାମରେ ଆମେ ଜାଣିଛେ । ଭଗବାନ ଜଗନ୍ନାଥଙ୍କର ଏହା ମୁଖ୍ୟ ଲୀଳା ଭୂମି ଅଟେ । ଉତ୍କଳ ପ୍ରଦେଶର ମୁଖ୍ୟ ଦେବତା ଭାବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମାନାଯାଏ । ଏଠାର ବୈଷ୍ଣବ ଧର୍ମର ମାନ୍ୟତା ଯେ , ପ୍ରଭୁ ଶ୍ରୀ କୃଷ୍ଣ ଓ ରାଧାଙ୍କର ଯୁଗଳ ମୂର୍ତ୍ତିର ପ୍ରତୀକ ହେଉଛନ୍ତି ଶ୍ରୀ ଜଗନ୍ନାଥ ।ଭଗବାନ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଆଷାଢ ମାସ ଶୁକ୍ଲ ପକ୍ଷ ଦ୍ୱିତୀୟାରେ ଜଗନ୍ନାଥପୁରରେ ଆରମ୍ଭ ହୋଇଥାଏ । ଏଥିରେ ଭାଗ ନେବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶିଶୁ ଯୁବ ବୃଦ୍ଧା ଆସିଥାନ୍ତି ।
ପୁରାଣ ଅନୁଯାୟୀ , ରାଜା ଇନ୍ଦ୍ରଦ୍ୟୁମ୍ନ ତାଙ୍କ ପରିବାର ସହ ନୀଳାଞ୍ଚଳ ସାଗର ପାଖରେ ରହୁଥିଲେ । ଦିନେ ତାଙ୍କୁ ସମୁଦ୍ରରେ ଗୋଟିଏ ବିଶାଳକାୟ କାଠ ଦେଖାଗଲା । ରାଜା ସେହି କାଠଗଡ଼ରୁ ବିଷ୍ଣୁଙ୍କର ମୂର୍ତ୍ତି ତିଆରି କରିବାକୁ ମନସ୍ଥ କଲେ । ଏହି ସମୟରେ ବଢେଇ ରୂପ ନେଇ ସ୍ୱୟଂ ବିଶ୍ୱକର୍ମା ତାଙ୍କ ପାଖରେ ପହଁଚିଥିଲେ । ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପାଖରେ ଏକ ସର୍ତ୍ତ ରଖିଲେ ଯେ , ଯେତେବେଳ ଯାଏଁ ମୂର୍ତ୍ତି ତିଆରି ସମାପ୍ତ ହେବ ନାହିଁ, ସେତେବେଳ ଯାଏଁ କୋଠରୀ ଭିତରକୁ କେହି ପ୍ରବେଶ କରିବେନି । ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସର୍ତ୍ତରେ ରାଜି ହେଲେ । ବୃଦ୍ଧ ବଢେଇ କୋଠରୀ ଭିତରକୁ ଯାଇ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ । ମାତ୍ର ରାଜାଙ୍କ ପରିବାର ଲୋକେ ଭାବିଥିଲେ ଯେ , କିପରି ଏକ ବୃଦ୍ଧ ବଢେଇ ବିନା ଖାଦ୍ୟ ଜଳରେ କିପରି ରହିବେ । କିଛି ଦିନ ପରେ ରାଣୀ ରାଜାଙ୍କୁ ଏହି ବିଷୟରେ ଅବଗତ କରାଇବା ପରେ ରାଜା ସେହି କୋଠରୀର ଦ୍ୱାରକୁ ଖୋଲି ଦେଇଥିଲେ । ଦ୍ୱାରା ଖୋଲି ଦେଖିବାବେଳକୁ କୋଠରୀ ଭିତରେ କେହି ନଥିଲେ । ତିନି ଠାକୁରଙ୍କ ଅର୍ଦ୍ଧ ନିର୍ମିତ ମୂର୍ତ୍ତି ସେଠାରେ ରହିଥିଲା । ଏହା ଦେଖି ରାଜା ଓ ରାଣୀ ଉଦ୍ଭୟଙ୍କର ମନ ଦୁଃଖ ହୋଇଯାଇଥିଲା । ଏହି ସମୟରେ ଆକାଶବାଣୀ ହେଲା ଯେ , ବ୍ୟସ୍ତ କି ଦୁଃଖୀ ହୁଅ ନାହିଁ , ଆମେ ଏହି ରୂପରେ ରହିବାକୁ ଚାହୁଁଛୁ । ଆମକୁ ଏହି ରୂପରେ ନେଇ ପ୍ରତିଷ୍ଠା କରାଅ । ପରେ ତିନି ଠାକୁର ନଗର ଭ୍ରମଣ ପାଇଁ ଇଚ୍ଛା କରି ରାଜାଙ୍କୁ ଆକାଶବାଣୀ କରିଥିଲେ । ସେହି ସମୟରୁ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ହୋଇ ଆସୁଛି ।
। ପ୍ରତିବର୍ଷ ଆଷାଢ ମାସ ଶୁକ୍ଲ ଦ୍ୱିତୀୟା ତିଥିରେ ପବିତ୍ର ରଥ ଯାତ୍ରା ପର୍ବ ପାଳନ କରାଯାଏ । ଏହାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ । ଏହିଦିନ ପ୍ରଭୁ ଜଗନ୍ନାଥ , ବଳଭଦ୍ର ଏବଂ ଦେବୀ ସୁଭଦ୍ରା ତିନୋଟି ରଥରେ ବସି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ରଥଯାତ୍ରା ଆମ ଓଡ଼ିଶାର ଏକ ଜାତୀୟ ପର୍ବ । ବିଭିନ୍ନ ଜାତି ଓ ଧର୍ମର ଲୋକମାନେ ମିଳିମିଶି ରଥଯାତ୍ରାରେ ସାମିଲ ହୋଇଥାନ୍ତି ।
ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଏହା ଓଡ଼ିଶା ବ୍ୟତିତ ସାରା ଭାରତ ଏବଂ ଭାରତ ବାହାରେ ଅଧିକାଂଶ ଦେଶରେ ପାଳନ କରାଯାଏ । ପ୍ରତି ବର୍ଷ ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ରଥଯାତ୍ରାର ପୂର୍ବ ସଂନ୍ଧ୍ୟାରେ ସମସ୍ତ କାର୍ଯ୍ୟ ସମାପନ ହୁଏ । ତିନି ଠାକୁର ବିଜେ କରୁଥିବା ରଥର ନାମ ଯଥାକ୍ରମେ : ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ , ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ ।
ଯାତ୍ରା ଦିନ ସକାଳୁ ନୀତି ନିର୍ଘଣ୍ଟ ସମୟ ଅନୁସାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥରେ ବସାଯାଏ । ଘଣ୍ଟ , ଘଣ୍ଟା , ଶଙ୍ଖ ,କୀର୍ତ୍ତନ , ହରିବୋଲ , ହୁଳହୁଳି ୱନିରେ ବାୟୁ ମଣ୍ଡଳ କମ୍ପି ଉଠେ । ଏହାପରେ ଗଜପତି ମହାରାଜା ରଥରେ ସୁନାଖଡ଼ିକାରେ ଛେରା ପହଁରା କରିଥାନ୍ତି । ଠାକୁରଙ୍କ ସମସ୍ତ ପୂଜାବିଧି କରିସାରିବା ପରେ ରଥରେ ଦଉଡ଼ି ଲଗାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ ହୁଏ । ଭକ୍ତ ମାନେ ଦଉଡ଼ି ଧରି ରଥ ଟାଣନ୍ତି । ପ୍ରଥମେ ବଳଭଦ୍ରଙ୍କ ରଥ , ଦ୍ୱିତୀୟରେ ସୁଭଦ୍ରାଙ୍କ ରଥ ଓ ଶେଷରେ ଜଗନ୍ନାଥଙ୍କ ରଥ ଟଣାଯାଏ । ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଜନସମୁଦ୍ର ମଧ୍ୟରେ ରଥ ଗୁଡ଼ିକ ପହଁରିଲା ପରି ଲାଗିଥାଏ । ଗୁଣ୍ଡିଚା ମନ୍ଦିରରେ ପହଁଚିବା ପରେ ତିନି ଠାକୁରଙ୍କୁ ପୁଣି ପହଣ୍ଡି କରାଯାଇ ମନ୍ଦିର ଭିତରକୁ ନିଆଯାଏ । ଗୁଣ୍ଡିଚା ମନ୍ଦିରରେ ତିନିଠାକୁର ନଅ ଦିନ ପାଇଁ ରୁହନ୍ତି ।
ଆଷାଢ ମାସ ଶୁକ୍ଲ ପକ୍ଷ ଦଶମୀ ଦିନକୁ ବାହୁଡ଼ା ଦଶମୀ କୁହନ୍ତି । ଠାକୁର ରଥରେ ଚଢି ପୁଣି ଶ୍ରୀମନ୍ଦିର କୁ ଫେରି ଆସନ୍ତି । ତା ପର ଦିନ ଏକାଦଶୀ ତିଥିରେ ତିନି ଠାକୁରଙ୍କର ସୁନାବେଶ କରାଯାଏ । ଏହାପରେ ତାପରଦିନ ଅଧରପଣା କରାଯାଇ ତିନି ଠାକୁରଙ୍କୁ ମନ୍ଦିର ଭିତରକୁ ନିଆଯାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking