39.2 C
Bhubaneswar
Thursday, April 18, 2024
HomeUncategorizedସବୁ ସ୍ୱପ୍ନ  ଅଧୁରା ରହିଗଲ।

ସବୁ ସ୍ୱପ୍ନ  ଅଧୁରା ରହିଗଲ।

ମାଲକାନଗିରି : ପାଠ  ନିଜ ପାଇଁ ଏବଂ ମାଁ ବାପା ଚାଲିଗଲା ପରେ ନିଜକୁ ପିଲାଟି ବେଳୁ ପାଳି ପୋଷି ବଡ଼ କରିଥିବା ଦାଦା ଖୁଡ଼ୀ ଙ୍କ ପାଇଁ ବହୁ ସୁନେଲି ସ୍ବପ୍ନ ଦେଖିଥିଲେ ସବୁ ସ୍ବପ୍ନ ଦୌବ କୁ ସୁଜିଲାନାହି  ସବୁ ସ୍ୱପ୍ନ  ଅଧୁରା ରହିଗଲ।।
ପାଠ  ନିଜ ପାଇଁ ଏବଂ ମାଁ ବାପା ଚାଲିଗଲା ପରେ ନିଜକୁ ପିଲାଟି ବେଳୁ ପାଳି ପୋଷି ବଡ଼ କରିଥିବା ଦାଦା ଖୁଡ଼ୀ ଙ୍କ ପାଇଁ ବହୁ ସୁନେଲି ସ୍ବପ୍ନ ଦେଖିଥିଲେ ସବୁ ସ୍ବପ୍ନ ଦୌବ କୁ ସୁଜିଲାନାହି  ସବୁ ସ୍ୱପ୍ନ ଅଧା ଅଧୁରା ରହିଗଲ।।କ୍ୟାନ୍ସର ରେ ନିଜ ର ସମ୍ପୂର୍ଣ୍ଣ ଡାହାଣ ଗୋଡ଼ ହରାଇ ବସି ପରିବାର ର ଏକ ମାତ୍ର ଆଶା ସାଜିଥିବା ଇର୍ମା ଏବେ ହାତରେ ଧରିଛି ଆଶା ବାଡ଼ି।ଏବେ  ପାଦେ ଚାଲିବା ପାଇଁ ଆଶା ବାଡ଼ି ର ସହାୟତା  ନେଇଥିବା ଇର୍ମା କେମିତି ବା ଯିବେ ପାଠ ପଢିବାକୁ ସେ ନେଇ ଚିନ୍ତାରେ ଭାଙ୍ଗି ପଡ଼ି ମଉନି ମଉଣୀ କାନ୍ଦୁଛି ଇର୍ମା |
ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟ କାଲିମେଳା ।ଓଡ଼ିଆ ଭାଷାରେ ସ୍ନାତକ ବିଭାଗ ରେ ପାଠ ପଢୁଥିଲେ ଇର୍ମା ପଡ଼ିଆମୀ।ନିଜ ଗ୍ରାମ ପେଦାୟାଡ଼ା ଠୁ ପ୍ରତେକ ଦିନ ସାଇକେଲ ଯୋଗେ କଲେଜ ଆସୁଥିଲେ ଇର୍ମା।କଲେଜ ଓ ସ୍କୁଲ ପଢ଼ୁଥିବା ସମୟରେ ପାଠ ସହ ଖେଳ କୂଦ ରେ ମଧ୍ୟ ବେଶ ପୁରସ୍କାର ଲାଭ କରିଥିଲେ ଇର୍ମା।ଲମ୍ୱଡ଼ିଆ, ହାଇ ଜମ୍ଫ,ଦୌଡ଼ ଆଦିରେ ଭାଗ ନେଇ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ରେ ଯାଇ ପୁରସ୍କୃତ ହୋଇଛନ୍ତି ଇର୍ମା।ପିଲାଟି ଦିନରୁ ମୁଣ୍ଡ ଉପରୁ ଦଇବ ଚଢାଇ ନେଲା ମା ବାପା ଙ୍କର ସାୟା।ଦାଦା ଖୁଡ଼ି ଙ୍କ ପାଖରେ ରହି ପିଲାଟି ଦିନରୁ ମଣିଷ ହେଇଛି ଇର୍ମା।ପାଠ ପଢା ସବୁ କିଛି ଠିକ ଥିଲା ହଠାତ ଦିନେ ଗୋଡ ବିନ୍ଧା ଆରମ୍ଭ ହେଲା ଇର୍ମା ଙ୍କର।କ୍ୟାନ୍ସର କାରଣ ଡାହାଣ ରୁ ଗୋଡ଼ ଟିକୁ ସମ୍ପୂର୍ଣ୍ଣ କାଟିଦେଲେ ଡାକ୍ତର।
ଦିନେ ଯେଉଁ ଗୋଡ ରେ ପାଇଁ ଆଦିବାସୀ ମଫସଲ ଗାଁ ରୁ ସହରୀ କଲେଜ ରେ ଗୋଡ଼ ରଖିଥିଲେ ଇର୍ମା ଆଜି ସେହି ଗୋଡ଼ ନାହିଁ।ଦିନେ ଯେଉଁ ଗୋଡ଼ ସାହାଯ୍ୟରେ ଖେଳ କୂଦ କରି ପୁରସ୍କୃତ ହେଉଥିଲେ ଆଜି ସେହି ଗୋଡ଼ ନାହିଁ ହାତରେ ସବୁ ବେଳେ କଲମ ରହିଥିବା ବେଳେ ଏବେ ଆଶା ବାଡ଼ି ପାଲଟିଛି ଭରଷା।କେବେ କେବେ ନିଜେ କଲେଜ ଯିବା ପାଇଁ ପରିଥାନ କରୁଥିବା ସାର୍ଟ ଖଣ୍ଡକ ଦେଖି ଲୁହ ର ନଈ ରେ ପାରି ହୁଅନ୍ତି ଇର୍ମା।ମଫସଲ ପେଦାବାଡ଼ା ଅଂଚଳ ରୁ ଆସି ସହର ରୁ ଅର୍ଜନ କରିଥିବା ଶିକ୍ଷା କୁ ବ୍ୟର୍ଥ ହେବାକୁ ଦେଇନାହାନ୍ତି ଇର୍ମା।ଗାଁ ର ଛୋଟ ଛୋଟ ପିଲା ଙ୍କୁ ଭବିଷ୍ୟତ ଗଢିବା ପାଇଁ ଅଶିକ୍ଷାର ଅମା ଅନ୍ଧାର ରୁ ଆଲୁଅ ଦେଖେଇ ଛନ୍ତି ଇର୍ମା।ଏବେ ଗାଁ ଗଛ ମୂଳେ ଶୁଭୁଛି ଇର୍ମା ଙ୍କର ଅ  ଆ ଇ ର ଚାଟ ଶାଳୀ ପାଠ।ଗାଁ ର ପିଲା ଙ୍କୁ ପାଠ ପଢେଇ ଇର୍ମା ଏବେ ଗାଁ ରେ ଚର୍ଚ୍ଚାରେ।ସରକାରୀ ସହାୟତା କିଛି ମିଳିଲେ ଇର୍ମା ଙ୍କର ଅଧା ଅଧୁରା ସ୍ୱପ୍ନ ହୋଇ ପାରି ଥାନ୍ତା ପୂରଣ।ଆଉ କିଛିଟା ଦୁଃଖ ଲାଘବ ହେଇ ଥାନ୍ତା ଏହି ଗରୀବ ଆଦିବାସୀ ପିଲାଟିର।5 ସେମିଷ୍ଟାର୍ ଯାଏ ଭଲ ପ୍ରଦର୍ଶନ କରୁଥିବା ଇର୍ମା ପାଠ ପଢ଼ାରେ ଖୁବ ଆଗ୍ରହ ଥିବା କଲେଜ ଅଦକ୍ଷ କହିଥିବା ବେଳେ ସରକାରୀ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଶିକ୍ଷା କୁ ଗୁରୁତ୍ୟ ଦେଇନଥିବା ବେଳେ ଡାହାଣଗୋଡ଼ ହରାଇ ବସିଥିବା ଇର୍ମା ଙ୍କର ଉଚ୍ଚ ଶିକ୍ଷା କୁ ନେଇ ଦେଖିଥିବା ଅଧା ଅଧୁରା ସପ୍ନ ପୂରଣ ହେବ ତ ।ନିଜ ଗୋଡ଼ ରେ କଲେଜ ଯିବା ପାଇଁ ସରକାରୀ ସହାୟତା ରୁ ଯେମିତି ବଞ୍ଚିତ ନ ହୁଏ ଏହି ଗରିବ ଆଦିବାସୀ ପିଲା ଜଣକ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking