30.1 C
Bhubaneswar
Monday, May 6, 2024
Homeଓଡିଶାଭୁବନେଶ୍ୱରରେ ଆଉ ଜଣେ ପଜେଟିଭ

ଭୁବନେଶ୍ୱରରେ ଆଉ ଜଣେ ପଜେଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଅନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ଜଣ କରୋନା ପଜେଟିଭଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ରହିଛନ୍ତି । ଆକ୍ରାନ୍ତ ଜଣକ ୨୫ ବର୍ଷର ଯୁବକ ଏବଂ ସେ ମୁମ୍ବାଇରୁ ଫେରିଥିଲେ । ଏହାକୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୩ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଉ ୧୩୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତିି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୨୫ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୩ଜଣ ସ୍ଥାନୀୟ ମାମାଲା ବୋଲି ଜଣାପଡିଛି । ଆଜି ଚିହ୍ନଟ ହୋଇଥିବା ୧୩୮ଜଣ ଆକ୍ରାନ୍ତ ୧୮ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୫, ଖୋର୍ଦ୍ଧା ୧୩, ସୁନ୍ଦରଗଡ଼ରୁ ୧୨, ଭଦ୍ରକ ୧୧, କେନ୍ଦୁଝର ଓ କନ୍ଧମାଳରୁ ୧୦, ପୁରୀ ୭, ମୟୁରଭଞ୍ଜ ଓ ଯାଜପୁରରୁ ୬ଜଣ, ନୟାଗଡ,ନୂଆପଡ଼ା ଓ ଢ଼ଙ୍କାନାଳରୁ ୩ଜଣ , କଳାହାଣ୍ଡିରୁ ୨, ରାୟଗଡ଼ା, ସମ୍ବଲପୁର, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
https://onakhabar.com/2020/06/08/138-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking