36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଗ୍ରୀସ୍‌ରେ ଏକ ଲକ୍ଷ ହେକ୍ଟର ଜଙ୍ଗଲ ଜମି ଭସ୍ମୀଭୂତ

ଗ୍ରୀସ୍‌ରେ ଏକ ଲକ୍ଷ ହେକ୍ଟର ଜଙ୍ଗଲ ଜମି ଭସ୍ମୀଭୂତ

ଏଥେନ୍‌ସ : ଗ୍ରୀସ୍‌ରେ ଆଜକୁ ଦୁଇ ସପ୍ତାହ ଧରି ଜଳୁଥିବା ଜଙ୍ଗଲ ନିଆଁ ଥମିବାର ନାଁ ଧରୁନାହିଁ । ଏଥିଯୋଗୁଁ ପ୍ରାୟ ୧ ଲକ୍ଷ ହେକ୍ଟର ଜଙ୍ଗଲ ଜମି ଭସ୍ମୀଭୂତ ହୋଇସାରିଥିବା ସରକାରୀଭାବେ କୁହାଯାଇଛି । ବିଗତ ଏକ ଦଶନ୍ଧିରେ ଏହା ସବୁଠାରୁ ଭୟଙ୍କର ପ୍ରାକୃତିକ ଦୁର୍ବିପାକ ବୋଲି ଗ୍ରୀସ୍ ପ୍ରଧାନମନ୍ତ୍ରୀ କିରିୟାକୋସ୍ ମିତ୍‌ସୋଟାକିସ କହିଛନ୍ତି । ଏହି ନିଆଁ ଯୋଗୁଁ ଆଠଜଣ ପ୍ରାଣ ହରାଇଥିବାବେଳେ କୋଡିଏରୁ ଊର୍ଦ୍ଧ୍ୱ ଆହତ ହୋଇସାରିଲେଣି । ଶତାଧିକ ବାସଗୃହ ପୋଡି ଛାରଖାର ହୋଇସାରିଥିବାବେଳେ ବହୁ ଲୋକ ପ୍ରାଣବିକଳରେ ଅନ୍ୟତ୍ର ପଳାୟନ କରୁଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଶତାଧିକ ଦମକଳ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ବିଦେଶୀ ସହାୟତା ମଧ୍ୟ ନିଆଯାଉଛି । ଜଙ୍ଗଲ ନିଆଁରେ ଇଭିଆ ଦ୍ୱୀପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗ୍ରୀସକୁ ସହାୟତା କରିବାକୁ ୟୁକ୍ରେନ, ରୋମାନିଆ ଓ ସର୍ବିୟା ଆଗେଇ ଆସିଛନ୍ତି । ଏକର ଏକର ଜଙ୍ଗଲ ହୁ ହୁ ହୋଇ ଜଳୁଥିବାରୁ ଗ୍ରୀସ୍‌ର ଏକାଧିକ ସହରର ବାୟୁମଣ୍ଡଳ କଳାଧୂଆଁରେ ଆଚ୍ଛାଦିତ ହୋଇ ବାତାବରଣକୁ ପ୍ରଦୂଷିତ କରିବାରେ ଲାଗିଛି । ରାଜଧାନୀ ଏଥେନ୍‌ସ ମଧ୍ୟ ଏହି ଦୁର୍ବିପାକରୁ ମୁକ୍ତି ପାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking