କଟକ : ବାରବାଟୀ ଦିନିକିଆ ପାଇଁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଟିକେଟ ପାଇଁ କାଉଣ୍ଟର ଆଗରେ ଲମ୍ବାଲାଇନ ଲାଗିଛି । ୯ ତାରିଖରେ ଭାରତ – ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ଗତକାଲିଠୁ କ୍ରିକେଟ ପ୍ରେମୀ ରାତି ଉଜାଗର ରହି ଲାଇନରେ ରହିଥିଲେ । ସକାଳ ୯ଟାରେ କାଉଁଟର ଖୋଲିବା ପରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଟିକେଟ କିଣିବାକୁ ସମସ୍ତଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଟିକେଟ ବିକ୍ରି ପାଇଁ ୪ଟି କାଉଁଟରରେ ବ୍ୟବସ୍ଥା କରାଯାଇଛି । ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।