30.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶଦିଲ୍ଲୀ ନିର୍ବାଚନ : ଭୋଟ ଦେଲେ ରାଷ୍ଟ୍ରପତି

ଦିଲ୍ଲୀ ନିର୍ବାଚନ : ଭୋଟ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ଭୋଟ ଦେଉଛି ଦିଲ୍ଲୀ ।  ଦିଲ୍ଲୀର ସମସ୍ତ ୭୦ଟି ଆସନରେ ଆଜି ସଂଧ୍ୟା  ୬ଟା ଯାଏଁ  ଭୋଟ ଗ୍ରହଣ ହେବ ।  ତେବେ ଏହାରି ଭିତରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,  କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର , ବିରୋଧୀ ଦଳଙ୍କ ନେତା ରାହୁଲ ଗାନ୍ଧୀଙ୍କ ସମେତ  ଅନେକ ବରିଷ୍ଠ ନେତା  ମତଦାନ କରିସାରିଛନ୍ତି । ଆଜିର ଭୋଟ ଆପ ପାଇଁ  ଅଗ୍ନି ପରୀକ୍ଷା ହୋଇଥିବା ବେଳେ  ଆଗାମୀ ୫ ବର୍ଷ ପାଇଁ  ବିଜେପି ଓ କଂଗ୍ରେସର  ଭାଗ୍ୟ ନିର୍ଦ୍ଧାରଣ କରିବ । ପ୍ରାୟ ୧ କୋଟି ୫୬ ଲକ୍ଷ ଭୋଟର ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ କରିବାକୁ ଥିବା ଭୋଟରଙ୍କ ମଧ୍ୟରୁ ୮୩.୭୬ ଲକ୍ଷ ପୁରୁଷ, ୭୨.୩୬ ମହିଳା ଓ ୧୨୬୭ ଜଣ କିନ୍ନର ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୧୩୭୬୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୦,୦୦୦ ପୁଲିସ ଓ ୨୨୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ଏହି ନିର୍ବାଚନରେ କଂଗ୍ରେସ, ବିଜେପି ଓ ଆପ୍ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି। ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଆପ୍‌ର ଅରବିନ୍ଦ କେଜରିୱାଲ, ଆତିଶୀ ସିଂହ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, କଂଗ୍ରେସର ଅଳକା ଲାମ୍ବା, ସନ୍ଦୀପ ଦୀକ୍ଷିତ, ବିଜେପିର ପରବେଶ ବର୍ମା, ରମେଶ ବିଧୁରୀ, ତରବିନ୍ଦର ସିଂହ ମାରୱା, କ‌େର୍ଣ୍ଣଲ ସିଂହ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking