29.1 C
Bhubaneswar
Monday, May 6, 2024
Homeଓଡିଶାଚାଲିଗଲା ‘ଗୁଲାବ୍’ ବର୍ତ୍ତିଗଲା ଓଡ଼ିଶା

ଚାଲିଗଲା ‘ଗୁଲାବ୍’ ବର୍ତ୍ତିଗଲା ଓଡ଼ିଶା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ୍’କୁ ନେଇ ଆଶ୍ୱସ୍ତି ମିଳିଛି । ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟ କ୍ଷତି ହୋଇଛି । କିଛି ସ୍ଥାନରେ ପାହାଡ଼ ଅତଡ଼ା ଖସିବା ସହ ଗଛ ମଧ୍ୟ ଭାଙ୍ଗିଛି । ତେବେ ରାଜ୍ୟର ବିଶେଷ କିଛି କ୍ଷତି ହୋଇନଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ବର୍ତ୍ତମାନ ‘ଗୁଲାବ୍’ ଗଭୀର ଅବପାତରେ ପରିଣତ ହେବା ସହ ଆଗାମୀ ୬ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି ।

ଆନ୍ଧ୍ରର ଶ୍ରୀକାକୁଲମରୁ କୋରାପୁଟ ଦେଇ ବାତ୍ୟା ଛତିଶଗଡ଼ ଚାଲିଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି । ଗତକାଲିଠାରୁ ଗଜପତି, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking