27.1 C
Bhubaneswar
Friday, March 29, 2024
Homeଓଡିଶାସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବୀ

ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ଜମି ଦଲାଲ ସକ୍ରିୟ ହେବାରେ ଲାଗିଛନ୍ତି । ବିଭିନ୍ନ ସ୍ଥାନରେ ଥିବା ଜଳାଶୟ, ଗୋଚର ଆଦି ସରକାରୀ ଜମି ଗୁଡିକୁ ଜବର ଦଖଲ କରୁଛନ୍ତି । ଏହି ଦଲାଲିରେ ଖୋଦ ରାଜସ୍ୱ କର୍ମଚାରୀଙ୍କ ସଂପୃକ୍ତିକୁ ନେଇ ସ୍ଥାନୀୟ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗ୍ରାମ ପଂଚାୟତ ଅଧିନରେ ଥିବା ଅଂଳା ଗ୍ରାମରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମିରେ ଦୋକାନ ଘର ନିର୍ମାଣ କରୁଛନ୍ତି ।

ଫଳରେ ଗ୍ରାମବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିବାଦ କଲେ ଗ୍ରାମବାସୀଙ୍କୁ ବିଭିନ୍ନ ଧମକ ଚମକ ଦିଆଯାଉଛି । ଏନେଇ ଗ୍ରାମବାସୀ ଜିଲ୍ଲାପାଳ ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଜାଗା ସରକାରୀ ପ୍ରତିଷ୍ଠାନ ପାଇଁ ସଂରକ୍ଷିତ ରଖିବା ନିୟମ ରହିଛି । ମାତ୍ର ଜବର ଦଖଲ ଯୋଗୁଁ ସରକାରୀ ଜମି ଏବେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତକୁ ଚାଲିଯିବାର ଆଶଙ୍କା ଦେଖାଦେଇଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking