38.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶନିତି ଆୟୋଗ ମିଟିଂରେ ବାଦ ପଡିଛି ଓଡିଶା

ନିତି ଆୟୋଗ ମିଟିଂରେ ବାଦ ପଡିଛି ଓଡିଶା

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିଛି ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତୀକରଣ ଏବଂ ବିକାଶ ଭିତ୍ତିଭୂମି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବାବେଳେ ନିତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ କିନ୍ତୁ ବାଦ ପଡିଛି ଓଡିଶା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାହିଁ ଓଡିଶା । ବୈଠକରେ ଯୋଗ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ କେବଳ ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର ନିୟମ ଥିଲା । ତେବେ କେଉଁ କାରଣରୁ ବୈଠକରେ ଯୋଗଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ତାହା ଏବେ ସୁଦ୍ଧା ଅସ୍ପଷ୍ଟ ଅଛି ।

ତେବେ ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେବେନାହିଁ ବୋଲି ଘୋଷଣା କରିଛନ୍ତି । ଯେଉଁଠି ସଂଘୀୟ ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି ସେଠି ନୀତି ଆୟୋଗ ବୈଠକରେ ଯୋଗଦେବାର ଅର୍ଥ କଣ ବୋଲି କହିଛନ୍ତି କେଜ୍ରିୱାଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking