39.1 C
Bhubaneswar
Friday, April 26, 2024
Homeଓଡିଶାଏଣିକି ଓଡ଼ିଆରେ ପ୍ରସ୍ତୁତ ହେବ ଓଏଏସ୍‌ ପ୍ରଶ୍ନପତ୍ର

ଏଣିକି ଓଡ଼ିଆରେ ପ୍ରସ୍ତୁତ ହେବ ଓଏଏସ୍‌ ପ୍ରଶ୍ନପତ୍ର

ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷା ପାଇଁ ଏଣିକି ଓଡ଼ିଆରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର। ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ। ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରି ନଥିଲେ। ଉତ୍ତର ବି ଲେଖି ନ ଥିଲେ। ‌ତେଣୁ ଏବେ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଭାଷାରେ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ସାକ୍ଷାତକାର ପରୀକ୍ଷା ହେବ। ପ୍ରଶ୍ନପତ୍ରର ପ୍ରଶ୍ନଗୁଡ଼ିକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ରହିବ। ପରୀକ୍ଷାର୍ଥୀ ନିଜ ସୁବିଧା ଅନୁଯାୟୀ ଇଂରାଜୀ ନ ହେଲେ ଓଡ଼ିଆ ଭାଷାରେ ଲେଖିପାରିବେ। ଏସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)କୁ ଚିଠି ଲେଖାଯାଇ ଅବଗତ କରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ପରୀକ୍ଷାର୍ଥୀ ଉଭୟ ଭାଷାର ପ୍ରଶ୍ନ ପାଇବେ। ନିଜ ସୁବିଧା ଅନୁଯାୟୀ ଉକ୍ତ ଦୁଇ ଭାଷା ମଧ୍ୟରୁ ଯେକୌଣସି ଗୋଟିଏରେ ଉତ୍ତର ଲେଖିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking