30.1 C
Bhubaneswar
Monday, May 6, 2024
Homeଓଡିଶାଓଏଏସ୍ ଅଦଳବଦଳ, ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ

ଓଏଏସ୍ ଅଦଳବଦଳ, ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ

ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ୍ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ସେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ତ୍ରିପାଠୀ ବରଗଡ଼ ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଅତୀତରେ ବାଣିଜ୍ୟ ଏବଂ ପରିବହନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମଧ୍ୟ ପ୍ରମୁଖ ପଦରେ ସେ ଦାୟିତ୍ୱ ନିର୍ବାହ କରିଥିଲେ ।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଅତିରିକ୍ତ ଆଇଜି କାରାଗାର ତୁଷାରକାନ୍ତ ମହାନ୍ତିଙ୍କୁ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସର୍ଭେ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି । ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କୁ ଇଡ୍‌କୋ ସିଜିଏମ୍ (ଲ୍ୟାଣ୍ଡ) ଦାୟିତ୍ୱ ମିଳିଛି ।

ନବରଙ୍ଗପୁର ଡିଆରଡିଏ ରତ୍ନାକର ସାହୁଙ୍କୁ ନବରଙ୍ଗପୁର ଏଡିଏମ୍ ଭାବେ ନିଯୁକ୍ତ କରାଯାଇଛି । ଏହାସହ ପୁରୀ ମ୍ୟୁନିସିପାଲିଟିର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପୁରୀ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ମଙ୍ଗଳବାର ଆଇଏଏସ୍ ସ୍ତରରେ ମଧ୍ୟ ଛୋଟ ଅଦଳବଦଳ କରାଯାଇଛି ।

ଆଇଏଏସ୍ ଅଧିକାରୀ ଏସ୍ ନାୟକଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଯାଇଥିବା ବେଳେ ସୁଶାନ୍ତ କୁମାର ମହାନ୍ତିଙ୍କୁ ସାଧାରଣ ପ୍ରଶଶସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking