26.1 C
Bhubaneswar
Friday, May 10, 2024
Homeଦେଶ ବିଦେଶନୂପୁର ଶର୍ମାଙ୍କ ସମର୍ଥକଙ୍କୁ ଫୋନରେ ହତ୍ୟା ଧମକ

ନୂପୁର ଶର୍ମାଙ୍କ ସମର୍ଥକଙ୍କୁ ଫୋନରେ ହତ୍ୟା ଧମକ

ରାୟପୁର: ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ବୟାନକୁ ସମର୍ଥନ କରିବାରୁ ଜଣେ ଯୁବକଙ୍କୁ ହତ୍ୟା ଧମକ । ଛତିଶଗଡର ୨୨ ବର୍ଷୀୟ ଯୁବକ ରାଜା ଜଗତକୁ ଫୋନରେ ଏହି ହତ୍ୟା ଧମକ ମିଳୁଛି । ସେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନୂପୁର ଶର୍ମାଙ୍କୁ ସମର୍ଥନ କରି ରାଜା ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏହାପରେ ତାଙ୍କୁ ବିଭିନ୍ନ ସମୟରେ ହତ୍ୟା ଧମକ ମିଳୁଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜୁନ ୧୨ ତାରିଖରେ ରାଜା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ କରି ଏକ କମେଣ୍ଟ ପୋଷ୍ଟ କରିଥିଲେ ।

ଏହାପର ଠାରୁ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କୁ ଫୋନ କରି ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ସେ ନିଜ ଏତଲାରେ ଦୁଇଟି ଫୋନ ନମ୍ବର ଉଲ୍ଲେଖ କରିଛନ୍ତି । ସେମାନଙ୍କୁ ମଧ୍ୟରୁ ଜଣେ ବ୍ୟକ୍ତି ରାୟପୁରର କାସିଫ ନାମକ ବ୍ୟକ୍ତି ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । କିନ୍ତୁ ଏ ଯାଏଁ କାହାରିକୁ ଗିରଫ କରାଯାଇ ନାହିଁ । ପୋଲିସ ଯୁବକଙ୍କ ଘର ଉପରେ ନଜର ରଖିବା ସହ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଛି । ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ କରିବାରୁ ପୂର୍ବରୁ ରାଜସ୍ଥାନ ଉଦୟପୁରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିସାରିଛି । ଦୁଇ ଜଣ ବ୍ୟକ୍ତି ଜଣେ ଦରଜୀଙ୍କୁ ତାଙ୍କ ଦୋକାନୀରେ ପଶି ଗଳାକାଟି ହତ୍ୟା କରିଥିଲେ । ଏବେ ମହାରାଷ୍ଟ୍ରରେ ମଧ୍ୟ ଅନୁରୂପ ହତ୍ୟାକାଣ୍ଡ ଘଟିଥିବାର ଖବର ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking