32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶକେରଳରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର ୫ ସଦସ୍ୟଙ୍କ ସମୂହ ଆତ୍ମହତ୍ୟା

କେରଳରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର ୫ ସଦସ୍ୟଙ୍କ ସମୂହ ଆତ୍ମହତ୍ୟା

ଥିରୁଅନନ୍ତପୁରମ: କେରଳ ଥିରୁଅନନ୍ତପୁରମର କାଲାମବାଲମ ନିକଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ପାଞ୍ଚଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ସ୍ୱାମୀ ମଣିକୁଟ୍ଟନ, ସ୍ତ୍ରୀ ସନ୍ଧ୍ୟା, ଝିଅ ଅମୀୟା, ପୁଅ ଅଜିଶ ଏବଂ ସନ୍ଧ୍ୟାଙ୍କ ଭଉଣୀଙ୍କ ଝିଅ ଦେବକୀ ।

ତେବେ ପୋଲିସର କହିବା ଅନୁସାରେ, ‘ମଣିକୁଟ୍ଟନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଅନ୍ୟ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମଣିକୁଟ୍ଟନ ସ୍ଥାନୀୟ ଛତନପାରା ଠାରେ ଏକ ଦୋକାନ କରି ପରିବାର ଚଳାଉଥିଲେ । ତେବେ ମଣିକୁଟ୍ଟନଙ୍କୁ ପଞ୍ଚାୟତ ଅଧିକାରୀ ଏହି ହୋଟେଲ ବନ୍ଦ କରିବାକୁ କହିଥିଲେ । ଏହାପରେ ଦୁଇଦିନ ଦୋକାନ ବନ୍ଦ ରହିଥିଲା । ତେବେ ମାନସିକ ଚାପରେ ଆସି ଏହି ଚରମ ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପରିବାରଲୋକେ ଋଣରେ ରହିଥିବା ନେଇ ମଣିକୁଟ୍ଟନଙ୍କ ପଡ଼ୋଶୀ କହିଛନ୍ତି । ତେବେ କଲାମବାଲାମ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking