39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏନଟିପିସି ଓ ଗ୍ରୁପ୍ ‘ଡି’ ପରୀକ୍ଷା ସ୍ଥଗିତ

ଏନଟିପିସି ଓ ଗ୍ରୁପ୍ ‘ଡି’ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପରୀକ୍ଷାର୍ଥୀଙ୍କ ବିରୋଧ ପରେ ରେଳବାଇ ଏନଟିପିସି ଏବଂ ଗ୍ରୁପ୍ ଡି ପରୀକ୍ଷାକୁ ସ୍ଥଗିତ ରଖିଛି । ଏହାଛଡ଼ା ପରୀକ୍ଷାର୍ଥୀଙ୍କ ଅଭିଯୋଗ ଶୁଣିବା ପାଇଁ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଏକ ପାଞ୍ଚଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରିଛି । ୧୬ ଫେବୃଆରୀ ୨୦୨୨ ସୁଦ୍ଧା ପ୍ରାର୍ଥୀଙ୍କୁ ଏନଟିପିସି ରେଜଲ୍ଟ ଏବଂ ଗ୍ରୁପ୍ ଡି (ଲେବଲ -୧) ନିଯୁକ୍ତି ପ୍ରକ୍ରିୟା ସମ୍ବନ୍ଧରେ ଆପତ୍ତି ଏବଂ ପରାମର୍ଶ ଦାଖଲ କରିବାକୁ କୁହାଯାଇଛି ।‌‌

ଅସନ୍ତୁଷ୍ଟ ପ୍ରାର୍ଥୀମାନେ ନିଜ ଅଭିଯୋଗ rrbcommittee@railnet.gov.in ରେ ଇମେଲ୍ କରିପାରିବେ | ପ୍ରାର୍ଥୀଙ୍କ ଅଭିଯୋଗର ବିଚାର କରିବା ପରେ କମିଟି ମାର୍ଚ୍ଚ ୪ ସୁଦ୍ଧା ଏହାର ସୁପାରିସ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଏନଟିପିସି ଏବଂ ଗ୍ରୁପ୍ ଡି ପରୀକ୍ଷାକୁ ଦୁଇ ପର୍ଯ୍ୟାୟରେ କରିବା ନିଷ୍ପତ୍ତିକୁ ଦେଶସାରା ପରୀକ୍ଷାର୍ଥୀମାନେ ପ୍ରବଳ ବିରୋଧ କରିଥିଲେ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ରେଜଲ୍ଟରେ ଜାଲିଆତି ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏପରିକି କେତେକ ସ୍ଥାନରେ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଟ୍ରେନରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ ।

ନିଯୁକ୍ତି ପ୍ରକ୍ରିୟା ଉପରେ କଟକଣା ଏବଂ କମିଟି ଗଠନକୁ ଦୃଷ୍ଟିରେ ରଖି ୧୫ ଫେବୃଆରୀ ୨୦୨୨ ରୁ ଏନଟିପିସି ସିବିଟି-୨ ପରୀକ୍ଷା ଏବଂ ୨୩ ଫେବୃଆରୀରୁ ଗ୍ରୁପ୍ ଡି ସିବିଟି-୧ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking